ସୁବର୍ଣ୍ଣପୁର, (୦୯/୧୧) : ଆପ୍ର : ପବିତ୍ର ଦୀପାବଳି ଅବସରରେ ଦ୍ୱିତୀୟ ବାରାଣସୀ ସୁବର୍ଣ୍ଣପୁରର ଦୁଇ ପ୍ରମୁଖ ଆରାଧ୍ୟା ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ଆକର୍ଷଣୀୟ କାଳୀବେଶ ଅନୁଷ୍ଠିତ ହୋଇଥିଲା ।
କାର୍ତ୍ତିକ ଅମାବାସ୍ୟା ଅବସରରେ କାଳୀବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିଥିଲା । ଉଭୟ ଦେବୀଙ୍କ ଦିବ୍ୟ କାଳୀରୂପ ଦର୍ଶନ ପାଇଁ ଭକ୍ତମାନଙ୍କ ମଧ୍ୟରେ ବିଶେଷ ଉତ୍ସାହ ଓ ଭକ୍ତିଭାବ ପରିଲକ୍ଷିତ ହୋଇଥିଲା । ଦୀପମାଳା, ଘଣ୍ଟଘଣ୍ଟା ଓ ମନ୍ତ୍ରଧ୍ୱନିରେ ଉଭୟ ପୀଠରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଶକ୍ତି, ସାହସ ଓ ଅଧର୍ମ ବିନାଶର ପ୍ରତୀକ ମା’ କାଳୀଙ୍କ ଆରାଧନା ମାଧ୍ୟମରେ ଭକ୍ତମାନେ ସୁଖ, ଶାନ୍ତି ଓ ମଙ୍ଗଳ କାମନା କରିଥିଲେ ।

