ରାଉରକେଲା, (୧୭/୧୧) : ଆପ୍ର : ଚଳନ୍ତା ବସ୍ ରେ ଲାଗିଲା ନିଆଁ । ରାଉରକେଲା ହନୁମାନ ବାଟିକା ଛକ ନିକଟରେ ଜଳିଗଲା ବସ୍ ।
ସୁନ୍ଦରଗଡ଼ରୁ ରାଉରକେଲା ଆସୁଥିବା ଏକ ଘରୋଇ ବସରେ ଅଚାନକ ନିଆଁ ଲାଗିଥିଲା । ବସରେ ଥିବା ୨୭ ଜଣ ଯାତ୍ରୀ ଜୀବନ ବିକଳରେ ବସରୁ ବାହରିଥିଲେ । ଗଡ଼ିଆଟୋଲା ଛକ ଟ୍ରାଫିକ ସିଗ୍ନାଲ ନିକଟରେ ବସ୍ ଟି ବନ୍ଦ ହୋଇ ଯାଇଥିଲା । ଡ୍ରାଇଭର ଏବଂ ହେଲ୍ପର ବସ୍ କୁ ଠେଲି ଠେଲି ଟ୍ରାଫିକ ସିଗ୍ନାଲ ପାର୍ କରୁଥିବା ବେଳେ ଗାଡ଼ି ତଳେ ଧୂଆଁ ଦେଖିବାକୁ ପାଇଥିଲେ। ପରେ ନିଆଁ ଲାଗି ଯିବାରୁ ଯାତ୍ରୀ ମାନେ ବସ୍ ରୁ ଓହ୍ଲାଇ ଯାଇଥିଲେ । ଘଟଣା ସ୍ଥଳରେ ଫାୟାର ଏବଂ ପୋଲିସ୍ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

