Homebreaking newsଝିଆରୀକୁ ଦୁଷ୍କର୍ମ ଅଭିଯୋଗ, ଦାଦା ଗିରଫ

ଝିଆରୀକୁ ଦୁଷ୍କର୍ମ ଅଭିଯୋଗ, ଦାଦା ଗିରଫ

ଭଦ୍ରକ, (୦୮/୦୭) : ଆପ୍ର : ଝିଆରୀକୁ ଦୁଷ୍କର୍ମ ଅଭିଯୋଗରେ ଦାଦା ଗିରଫ । ଭଦ୍ରକ ଟାଉନ ଥାନା ଅଞ୍ଚଳରୁ ଆସିଛି ଅଭିଯୋଗ ।

ଜଣେ ବ୍ୟକ୍ତିଙ୍କ ସ୍ତ୍ରୀ ମୃତ୍ୟୁ ବରଣ କରିବା ପରେ ସେ ନିଜର ଦୁଇ ଝିଅକୁ ସମ୍ପର୍କୀୟ ଦାଦାଙ୍କ ପାଖରେ ଛାଡି ଦେଇ ଯାଇଥିଲେ । ଘରେ କେହି ନ ଥିବାର ସୁଯୋଗ ନେଇ ଦାଦା ଝିଆରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଘଟଣା ନେଇ ଗତକାଲି ଟାଉନ ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଆଧାର କରି ଭଦ୍ରକ ଟାଉନ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଦୁଷ୍କର୍ମ କରିଥିବା ସମ୍ପର୍କୀୟ ଦାଦାଙ୍କୁ ଥାନାରେ ଅଟକ ରଖିଥିଲା । ଆଜି ଟାଉନ ପୋଲିସର ଏକ ଟିମ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ ଜାରି କରିଛନ୍ତି । ଅନ୍ୟପଟେ ଭଦ୍ରକ ପୋଲିସ ଏ ସମ୍ପର୍କରେ ଏକ କେଶ ରୁଜୁ କରି ଅଭିଯୁକ୍ତ ଦାଦାକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ବୋଲି ଅତିରିକ୍ତ ଏସପି କହିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments