Homelocalସାରନଗରୀରେ ଧୁମଧାମରେ ପାଳିତ ହେଲା ୫୮ତମ ବୋଇତ ବନ୍ଦାଣ ଉତ୍ସବ

ସାରନଗରୀରେ ଧୁମଧାମରେ ପାଳିତ ହେଲା ୫୮ତମ ବୋଇତ ବନ୍ଦାଣ ଉତ୍ସବ

ରାଉରକେଲା, (୨୪/୧୧) : ଆପ୍ର : ଓଡ଼ିଆ ନୌବାଣିଜ୍ୟର ଗୌରବମୟ ଇତିହାସ ଓ ସାଧବପୁଅଙ୍କ ସ୍ମୃତିକୁ ମନେ ପକାଇ ସାରନଗରୀରେ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି ୫୮ତମ ବୋଇତ ବନ୍ଦାଣ ଉତ୍ସବ ।

ଦକ୍ଷିଣ ରାଉରକେଲା ସ୍ଥିତ ବୋଇତ ବନ୍ଦାଣ ପଡ଼ିଆରେ ଆୟୋଜିତ ଏହି ଉତ୍ସବରେ ବହୁ ସଂଖ୍ୟାରେ ଅଞ୍ଚଳବାସୀ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ରଘୁନାଥପଲ୍ଲୀର ପୂର୍ବତନ ବିଧାୟକ ସୁବ୍ରତ ତରାଇ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ରାଉରକେଲା ଇସ୍ପାତ କାରଖାନାର ଇଡି ସୁଦୀପ ପାଲ ଚୌଧୁରୀ ଓ ସିଆରପିଏଫ୍‌ର ପୂର୍ବତନ ଡିଆଇଜି ଦୟାନିଧି ତନ୍ତୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ବିପିୟୁଟିର କୁଳପତି ପ୍ରଫେସର ଡଃ ଅମୀୟ କୁମାର ରଥ ମୁଖ୍ୟବକ୍ତା ଭାବେ ଯୋଗଦେଇ ବୋଇତ ବନ୍ଦାଣର ଐତିହ୍ୟ, ସାଧବପୁଅଙ୍କ ସାହସିକ ନୌଯାତ୍ରା ଓ ଓଡ଼ିଆ ସଂସ୍କୃତିର ମହାନ ପରମ୍ପରା ସମ୍ପର୍କରେ ଆଲୋକପାତ କରିଥିଲେ ।

ଉତ୍ସବ ଅବସରରେ ସ୍କୁଲ ଛାତ୍ରଛାତ୍ରୀ ଓ କୁନି କୁନି ପିଲାଙ୍କୁ ନେଇ ନୃତ୍ୟ, ରଙ୍ଗୋଲି ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । କୃତୀ ପ୍ରତିଯୋଗୀଙ୍କ ସହ କିଛି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମଧ୍ୟ ଅତିଥିମାନେ ପୁରସ୍କୃତ କରିଥିଲେ । ବୋଇତ ବନ୍ଦାଣ କମିଟିର ସଭାପତି ଦିଲ୍ଲୀପ କୁମାର ଜେନା, କାର୍ଯ୍ୟକାରୀ ସଭାପତି ଶ୍ରୀଚରଣ ସାମଲ ଓ ବିଜୟ କୁମାର ମହାନ୍ତି, ସାଧାରଣ ସମ୍ପାଦକ ଅକ୍ଷୟ କୁମାର ପ୍ରହରାଜ ଏବଂ କୋଷାଧ୍ୟକ୍ଷ କେଶବ ଚନ୍ଦ୍ର ସାହୁ ଓ ଗୌରାଙ୍ଗ ଚରଣ ନାୟକ କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ । ସନ୍ଧ୍ୟାରେ କଟକର ସମଲେଶ୍ୱରୀ କଳା ପରିଷଦର କଳାକାରମାନେ ଭଜନ, ଆଧୁନିକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ ।

ଏହାକୁ ଉପଭୋଗ କରିବା ପାଇଁ ଆଖପାଖ ଅଞ୍ଚଳରୁ ଲୋକଙ୍କ ଭିଡ଼ ଜମିଥିଲା । ପ୍ରାୟ ରାତି ୧୨ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଉତ୍ସବରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଟାଙ୍ଗରପଲ୍ଲୀ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଥିଲା । ଥାନା ଅଧିକାରୀ ନିରଞ୍ଜନ ସେଠୀ ନିଜେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ । ଶେଷରେ ଶ୍ରୀଚରଣ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ପୂର୍ଣ୍ଣ ଉତ୍ସବ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments