Homebreaking newsମାଲକାନଗିରିରେ ଆଶ୍ରମ ବିଦ୍ୟାଳୟରେ ଅଘଟଣ ; ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ମାଲକାନଗିରିରେ ଆଶ୍ରମ ବିଦ୍ୟାଳୟରେ ଅଘଟଣ ; ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ମାଲକାନଗିରି, (୨୩/୧୧) : ଆପ୍ର : ଆଦିବାସୀ ଅଞ୍ଚଳର ଏକ ଆଶ୍ରମ ବିଦ୍ୟାଳୟରେ ଘଟିଛି ଦୁଃଖଦ ଘଟଣା। ପର୍କନମାଳା ଆଶ୍ରମ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଜଣେ ଛାତ୍ରୀଙ୍କ ଆଜି ସକାଳେ ମୃତ୍ୟୁ ହୋଇଛି ।

ମୃତ ଛାତ୍ରୀଙ୍କ ନାମ ରଶ୍ମିତା ହନ୍ତାଳ ବୋଲି ଜଣାପଡ଼ିଛି । ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ବିଦ୍ୟାଳୟ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତେବେ କେଉଁ ପରିସ୍ଥିତିରେ ଏବଂ କ’ଣ କାରଣରୁ ଛାତ୍ରୀଙ୍କ ମୃତ୍ୟୁ ଘଟିଲା, ସେନେଇ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ । ଘଟଣା ସମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର କହିଛନ୍ତି ଯେ, ତଦନ୍ତ ପରେ ହିଁ ଛାତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ । ଏହି ଘଟଣା ଆଶ୍ରମ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ସମ୍ପର୍କିତ ପ୍ରଶ୍ନକୁ ପୁଣି ସାମ୍ନାକୁ ଆଣିଛି । ତଦନ୍ତର ଅଗ୍ରଗତି ଏବଂ ମୃତ୍ୟୁର କାରଣ ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments