Homelocalଲଗାଣ ବର୍ଷାରେ ବୁଡ଼ିଲା ନବରଙ୍ଗପୁର ସହର, NH-26 ଉପରେ ପ୍ରାୟ ଦୁଇ ଫୁଟର ପାଣି

ଲଗାଣ ବର୍ଷାରେ ବୁଡ଼ିଲା ନବରଙ୍ଗପୁର ସହର, NH-26 ଉପରେ ପ୍ରାୟ ଦୁଇ ଫୁଟର ପାଣି

ନବରଙ୍ଗପୁର, (୨୩/୦୮) : ଆପ୍ର : ଲଗାଣ ବର୍ଷାରେ ବୁଡ଼ିଲା ନବରଙ୍ଗପୁର ସହର । ସହର ମଧ୍ୟଦେଇ ଯାଇଥିବା NH-26 ଉପରେ ପ୍ରାୟ ଦୁଇ ଫୁଟର ପାଣି ।

ଫଳରେ ନବରଙ୍ଗପୁରରୁ ଜୟପୁର ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏପଟେ ସହରର ବିଭିନ୍ନ ୱାର୍ଡ ଓ ଗଳିକନ୍ଦିରେ ବର୍ଷାଜଳ ନିଷ୍କାସିତ ନହୋଇ ଘରରେ ପଶିଛି ପାଣି । ରାସ୍ତାଘାଟରୁ ଆରମ୍ଭ କରି ଘରର ଦାଣ୍ଡ ଯାଏଁ ସବୁଠି ପାଣି। ଘରୁ ବାହାରିବା ମଧ୍ୟ ମୁସକିଲ ହୋଇପଡୁଛି । ଲଗାଣ ବର୍ଷା ଯୋଗୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହଜାର ହଜାର ହେକ୍ଟର ଚାଷଜମିରେ ବର୍ଷାଜଳ ମାଡ଼ିଯାଇଛି । ଫଳରେ ଚାଷୀଙ୍କ ଚିନ୍ତା ବଢ଼ିଛି । ପ୍ରତିବର୍ଷ ବର୍ଷା ହେଲେ ନବରଙ୍ଗପୁର ସହରରେ ସମାନ ସମସ୍ୟା ଦେଖାଯାଉଥିବା ଅଭିଯୋଗ । ତେବେ ଏହାର ସ୍ଥାୟୀ ସମାଧାନ କାହିଁକି ହୋଇପାରୁନି, ତାକୁ ନେଇ ଏବେ ପ୍ରଶ୍ନ । ବର୍ଷା ପୂର୍ବରୁ ସହରର ମଦର ଡ୍ରେନ୍ ସଫା କରାଯାଉନଥିବାରୁ ବର୍ଷାଜଳ ଠିକ୍ ଭାବେ ନିଷ୍କାସିତ ହୋଇପାରୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟବାସୀନ୍ଦା । ଅନ୍ୟପଟେ ପରିସ୍ଥିତି ଜାଣିବା ପରେ ନବରଙ୍ଗପୁର ପୌରପାଳିକାର ପୌରାଧ୍ୟକ୍ଷ ବିଭିନ୍ନ ଅଞ୍ଚଳ ବୁଲି ଘରକୁ ଘର ଯାଇ ସ୍ଥିତି ପରକ୍ଷିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments