Homecrimeରାଜଧାନୀରେ ଚେନ୍ ସ୍ନାଚର୍ ସକ୍ରିୟ, ଟାର୍ଗେଟ୍ ରେ ମର୍ଣ୍ଣିଂ ୱାକ୍ କରୁଥିବା ମହିଳା

ରାଜଧାନୀରେ ଚେନ୍ ସ୍ନାଚର୍ ସକ୍ରିୟ, ଟାର୍ଗେଟ୍ ରେ ମର୍ଣ୍ଣିଂ ୱାକ୍ କରୁଥିବା ମହିଳା

ଭୁବନେଶ୍ୱର, (୩୦/୦୬) : ଆପ୍ର : ରାଜଧାନୀରେ ପୁଣି ସକ୍ରିୟ ହୋଇଛନ୍ତି ସୁନା ଚେନ୍ ଲୁଟେରା । ମର୍ଣ୍ଣିଂ ୱାକ୍‌ରେ ବାହାରିଥିବା ମହିଳାଙ୍କୁ ଟାର୍ଗେଟ୍ କରି ଝାମ୍ପି ନେଉଛନ୍ତି ସୁନା ଚେନ୍ ।

ଏଭଳି ଏକ ଘଟଣା ଭୁବନେଶ୍ୱରର ଖଣ୍ଡଗିରି ଥାନା ଅଞ୍ଚଳର ଜାଗମରା ମଲ୍ଲିକ କମ୍ପ୍ଲେକ୍ସ ନିକଟରେ ଘଟିଛି । ସୋମବାର ସକାଳେ ୪ ଜଣ ମହିଳା ଏକାଠି ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଜଣେ ଦୁର୍ବୃତ୍ତ ହଠାତ୍ ଆସି ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇ ଦ୍ରୁତ ଫେରାର ହୋଇଯାଇଥିଲା । ଘଟଣା ଏତେ ଦ୍ରୁତ ଗତିରେ ଘଟିଥିଲା ଯେ ପୀଡ଼ିତା କିଛି ବୁଝିବା ପୂର୍ବରୁ ଲୁଟେରା ଘଟଣାସ୍ଥଳ ଛାଡ଼ି ପଳାଇଥିଲା। ଲୁଟ୍‌ର ସମ୍ପୂର୍ଣ୍ଣ ଦୃଶ୍ୟ ନିକଟସ୍ଥ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ପୀଡ଼ିତାଙ୍କ ଅଭିଯୋଗକ୍ରମେ ଖଣ୍ଡଗିରି ଥାନା ପୋଲିସ ମାମଲା ରୁଜୁ କରି ସିସିଟିଭି ଫୁଟେଜକୁ ଆଧାର କରି ଲୁଟେରାଙ୍କୁ ଚିହ୍ନଟ କରିବା ସହ ତଦନ୍ତ ଆରମ୍ଭ କରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments