ପ୍ରେମ ପାଇଁ ଗୁଳିକାଣ୍ଡ, ଯୁବକ ମୃତ

Date:

Share post:

ନୟାଗଡ, (୧୫/୦୬) : ଆପ୍ର : ପ୍ରେମ ପାଇଁ ଗୁଳିକାଣ୍ଡ । ନୟାଗଡ଼ ଗଣିଆ ବ୍ଲକ ପାଣ୍ଡରାସିଙ୍ଗା ଛକରେ ଯୁବକଙ୍କୁ ଗୁଳିକରି ହତ୍ୟା । ମୃତକ ହେଲେ ପତୁରିଆଗାଁର ରବୀନ୍ଦ୍ର କୁମାର ନାୟକ ।

ରବୀନ୍ଦ୍ର ନିଜ ଗ୍ୟାରେଜରେ ବସିଥିବା ବେଳେ, କାରରେ କିଛି ଦୁର୍ବୃତ୍ତ ଆସି ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ରବୀନ୍ଦ୍ରଙ୍କୁ ଗଣିଆ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାରେ ନୟାଗଡ SPଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦିଲ୍ଲୀପ ମନ୍ତ୍ରୀଙ୍କୁ ଧରିବା ସହ ବନ୍ଧୁକ ଆଉ କାର ଜବତ କରିଛି ପୋଲିସ। ସୂଚନା ଅନୁସାରେ, ରବୀନ୍ଦ୍ର କୁମାର ନାୟକଙ୍କ ବଡଭାଇ ସୁଧାଂଶୁ ଶେଖର ନାୟକ ଖଣ୍ଡପଡା ସିଧାମଳା ଗାଁର ଦିଲ୍ଲୀପ ମନ୍ତ୍ରୀଙ୍କ ସ୍ତ୍ରୀକୁ ପ୍ରେମ କରି ପ୍ରାୟ ଏକ ବର୍ଷ ହେବ କୁଆଡେ ପଳାଇ ଯାଇଥିଲେ । ଏନେଇ ଦୁଇ ପରିବାର ମଧ୍ୟରେ ବାରମ୍ବାର ବିବାଦ ଦେଖାଦେଉଥିଲା । ୨ ଗାଁର ଭଦ୍ର ବ୍ୟକ୍ତି ଆପୋସ ଆଲୋଚନାରେ ସମାଧାନ ହୋଇଥିଲା। କିନ୍ତୁ ଗତକାଲି ହଠାତ୍ ଦୁର୍ବୃତ୍ତ ଆସି ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ ।

LEAVE A REPLY

Please enter your comment!
Please enter your name here

spot_img

Related articles

କିଟ୍ ଓ କିସ୍ ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ, ଯୋଗ ହେଉଛି ଆମର ପୁରାତନ ପରମ୍ପରା- ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ବର, (୨୧/୦୬) : ଆପ୍ର : କିଟ୍ ଓ କିସ୍ ରେ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ । ଚଳିତବର୍ଷର ଥିମ୍ ରହିଛି...

ଏସ୍‌ଟିଇଏମ୍‌ ଶିକ୍ଷା କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୃଜନ କ୍ଷମତାର ପ୍ରଦର୍ଶନ

ଖପ୍ରାଖୋଲ, (୨୧/୦୬) : ବଲାଙ୍ଗିର ଜିଲ୍ଲା ଜୟ ମା’ ପାଟଣେଶ୍ୱରୀ ମହାବିଦ୍ୟାଳୟର ଚଙ୍ଗରିଆ ଖପ୍ରାଖୋଲ ବ୍ଲକ ଠାରେ ଆୟୋଜିତ ଏସ୍‌ଟିଇଏମ୍‌ କାର୍ଯ୍ୟକ୍ରମ ଉଦ୍‌ଯାପନୀ ଉତ୍ସବରେ...

ବରିଷ୍ଠ ନାଗରିକଙ୍କୁ ଭାଜପା ପକ୍ଷରୁ ସମ୍ବର୍ଦ୍ଧନା

ଗୁଣପୁର, (୨୧/୬) : ଆପ୍ର : ରାୟଗଡ଼ା ଜିଲ୍ଲା ଗୁଣପୁର ନଗର ମଣ୍ଡଳ ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଶନିବାର...

ଅନ୍ତର୍ଜାତୀୟ ଯୋଗ ଦିବସ ହେତୁ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ସ୍ଵଛ ଭାରତ ଅଭିଯାନ

ବଲାଙ୍ଗିର, (୨୧/୦୬) : ଆପ୍ର : ଅନ୍ତର୍ଜାତୀୟ ଯୋଗ ଦିବସ ହେତୁ ଆଦ୍ୟ ତାରିଖ ୨୦.୬.୨୦୨୬ ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ...