Homelocalସ୍ୱର୍ଗତ ଶ୍ରୀ ଭୀମସେନ ନାୟକଙ୍କ ୩ୟ ଶ୍ରାଦ୍ଧବାର୍ଷିକୀ ଅବସରରେ ରକ୍ତଦାନ ଶିବିର

ସ୍ୱର୍ଗତ ଶ୍ରୀ ଭୀମସେନ ନାୟକଙ୍କ ୩ୟ ଶ୍ରାଦ୍ଧବାର୍ଷିକୀ ଅବସରରେ ରକ୍ତଦାନ ଶିବିର

ରାୟଗଡା, (୦୧/୦୯) : ଆପ୍ର : ସ୍ୱର୍ଗତ ଶ୍ରୀ ଭୀମସେନ ନାୟକଙ୍କ ୩ୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଡଃ ଏପିଜେ ଅବଦୁଲ କଲାମ ଫାଉଣ୍ଡେସନ, ରାୟଗଡା ପକ୍ଷରୁ ଗ୍ରୁପ୍ ଓ୍ୱାନ୍ ସିକ୍ୟୁରିଟି ସର୍ଭିସେସ୍, ରାୟଗଡାର ସହଯୋଗରେ ଏକ ରକ୍ତଦାନ ଶିବିର ରାୟଗଡା ସହର ପାଇକ ସାହିସ୍ଥିତ ମା’ ସମ୍ବଲେଶ୍ୱରୀ ମନ୍ଦିର ନିକଟରେ ଆୟୋଜିତ ହୋଇଥିଲା ।

ଏହି ରକ୍ତଦାନ ଶିବିରକୁ ରାୟଗଡା ବିଧାୟକ ଶ୍ରୀ ଆପଲା ସ୍ୱାମୀ କାଡ୍ରାକା ଉଦ୍ଘାଟନ କରିଥିଲେ । ବିଧାୟକ ଏହି ମହତ୍ କାର୍ଯ୍ୟକୁ ପ୍ରଶଂସା କରିବା ସହ ରକ୍ତଦାନର ମହତ୍ତ୍ୱ ଏବଂ ଏହା କିପରି ଜୀବନ ରକ୍ଷା କରିପାରେ ସେ ସମ୍ପର୍କରେ ଉପସ୍ଥିତ ଲୋକ ମାନଙ୍କୁ ସଚେତନ କରିଥିଲେ । ଯୁବସମାଜ ସମେତ ସମସ୍ତଙ୍କୁ ନିୟମିତ ଭାବେ ସ୍ୱେଚ୍ଛାକୃତ ରକ୍ତଦାନ କରିବାକୁ ଆହ୍ୱାନ ଦେଇଥିଲେ । ସ୍ୱର୍ଗତ ଭୀମସେନ ନାୟକଙ୍କ ସ୍ମୃତିକୁ ସମ୍ମାନ ଜଣାଇ ଏହି ମହତ୍ ପଦକ୍ଷେପ ପ୍ରଶଂସନୀୟ । ସ୍ୱର୍ଗତ ନାୟକ ସ୍ଥାନିୟ ଅଂଚଳରେ ଜଣେ ଶ୍ରେଷ୍ଠ ଉଦ୍ୟୋଗୀ, ଦାର୍ଶନିକ, ସମାଜସେବୀ ଏବଂ ଜଣେ ଆଦର୍ଶ ପରିବାରବାଦୀ ଭାବେ ପରିଚିତ ଥିଲେ। ତାଙ୍କ ପରିବାର ସଦସ୍ୟ, ବନ୍ଧୁ, ଶୁଭେଚ୍ଛୁ ଓ ସମାଜର ବିଭିନ୍ନ ବର୍ଗର ଲୋକମାନେ ଏହି ମାନବିକ କାର୍ଯ୍ୟରେ ସାମିଲ ହୋଇଥିଲେ ।

ଶିବିରରେ ୧୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହା ଆବଶ୍ୟକତା ସମୟରେ ରୋଗୀମାନଙ୍କ ପାଇଁ ରକ୍ତ ଆଵଶ୍ୟକ ଓ ସହାୟକ ହେବା ସହ ସମାଜରେ ମାନବିକତା ଓ ସାମାଜିକ ଦାୟିତ୍ୱବୋଧର ବାର୍ତ୍ତା ପ୍ରସାର କରିଛି । କାର୍ଯ୍ୟକ୍ରମରେ ଡଃ.ଏପିଜେ ଅବଦୁଲ କଲାମ ଫାଉଣ୍ଡେସନର ସଦସ୍ୟ, ଗ୍ରୁପ୍ ଓ୍ୱାନ୍ ସିକ୍ୟୁରିଟି ସର୍ଭିସେସ୍‌ର ପ୍ରତିନିଧି, ସ୍ୱର୍ଗତ ଭୀମସେନ ନାୟକଙ୍କ ପରିବାର ସଦସ୍ୟ, ରକ୍ତଦାତା, ସ୍ୱେଚ୍ଛାସେବୀ ଓ ସ୍ଥାନୀୟ ନାଗରିକମାନେ ଯୋଗ ଦେଇଥିଲେ । ଶିବିରକୁ ସଫଳ କରିଥିବା ସମସ୍ତ ରକ୍ତଦାତା, ଅତିଥି, ସହଯୋଗୀ ଓ ସ୍ୱେଚ୍ଛାସେବୀଙ୍କୁ ଆୟୋଜକଙ୍କ ପକ୍ଷରୁ ହୃଦୟରୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments