ସୁବର୍ଣ୍ଣପୁର, (୨୬/୦୬) : ଆପ୍ର : ମଣ୍ଡିରେ ପଡ଼ିଛି ଧାନ । ଚିନ୍ତାରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ଅଞ୍ଚଳର ଚାଷୀ ।
୧୫ଦିନ ହେଲା ମଣ୍ଡିରେ ୬ ହଜାରୁ ଉର୍ଦ୍ଧ୍ବ କ୍ବୁଣ୍ଟାଲ ଧାନ ପଡି ରହିଥିଲେ ମଧ୍ୟ ବିକ୍ରି ହୋଇପାରୁନି । ମିଲର୍ସଙ୍କ ମନମାନିରେ ଧାନକିଣା ଚାଲିଛି । ଏନେଇ ଚାଷୀ ଏକତ୍ରିତ ହୋଇ ସିଏସଓଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ଜୁନ ୩୦ ତାରିଖ ସୁଦ୍ଧା ଧାନକିଣା ନଗଲେ ଚାଷୀ ସିଏସଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ଏନେଇ ଅଧିକା ଆଲୋଚନା କରିଛନ୍ତି ଆମ ସୁବର୍ଣ୍ଣପୁର ରିପୋର୍ଟର ଶେଷଦେବ ବାରିକ ।
ସୂଚନାଯୋଗ୍ୟ, କିଛିମାସ ପୂର୍ବରୁ ମଧ୍ୟ ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକରେ ବାରମ୍ବାର ଧାନ କିଣାରେ ବିଭ୍ରାଟ ଅଭିଯୋଗ ହୋଇଥିଲା । ମଣ୍ଡିରୁ ଉଠୁନଥିଲା ଧାନ। ତହସିଲଦାରଙ୍କ ଗାଡି ଆଗରେ ଶୋଇଥିଲେ ଚାଷୀ । ଏନେଇ ରାଜରାସ୍ତାକୁ ଓହ୍ଲାଇବା ସହ ରାସ୍ତା ରୋକ କରିଥିଲେ ଗଦି ଚାରିତରଫପୁର ସେବା ସମବାୟ ସମିତିର ଚାଷୀ । ଭଦ୍ରକ ଚାନ୍ଦବାଲି ରାଜ୍ୟ ରାଜପଥର ଗଦି ବଜାର ଓ ସେବା ସମବାୟ ସମିତି ଆଗରେ ରାସ୍ତାରୋକ କରାଯାଇଥିଲା ।

