କାଳବୈଶାଖୀର ତାଣ୍ଡବ, ବଜ୍ରଘାତରେ ଚାଲିଗଲା ସ୍ୱାମୀ ସ୍ତ୍ରୀଙ୍କ ଜୀବନ

Date:

Share post:

କେନ୍ଦୁଝର, (୦୬/୦୬) : ଆପ୍ର : ବଜ୍ରଘାତରେ ଚାଲିଗଲେ ସ୍ୱାମୀ ସ୍ତ୍ରୀ । ଏଭଳି ଅଭାବନିୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ରୁଟିଶିଳା ଗ୍ରାମରେ । ପ୍ରବଳ ବର୍ଷା ସହ ବଜ୍ରଘାତ ହୋଇଥିଲା ।

ଏହି ସମୟରେ କୁଟା ଭାଡ଼ି ତଳେ ଆଶ୍ରୟ ନେଇଥିବା ସମୟରେ ବଜ୍ରଘାତ ହେବାରୁ ଘଟିଥିଲା ଅଘଟଣ । ମୃତ ସ୍ୱାମୀ ବାଣେଶ୍ଵର ନାଏକ ଏବଂ ସ୍ତ୍ରୀ ସଞ୍ଜୁଳତା ନାଏକ । ଖବର ପାଇ ପୋଲିସ ଘଟଣାର ତଦନ୍ତ ଚଳାଇଛି । ଉଭୟଙ୍କୁ କେନ୍ଦୁଝର ମେଡିକାଲ ରେ ରଖଯାଇଛି । ସୂଚନାଯୋଗ୍ୟ, ଗତମାସ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମହାରାଜପାଲି ଗାଁରେ ଘଟିଥିଲା ଅଘଟଣ । ବଜ୍ରପାତରେ ସ୍ବାମୀ ଆଗରେ ଚାଲିଯାଇଥିଲା ସ୍ତ୍ରୀଙ୍କ ଜୀବନ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମହାରାଜପାଲି ଗାଁରେ ଅଘଟଣ । ସୂଚନା ଅନୁସାରେ ଗାଁ’ର ୩୫ ବର୍ଷୀୟା ଏଙ୍କି ମାଡକାମୀ ଓ ତାଙ୍କ ସ୍ୱାମୀ ଭିମା ମାଡକାମୀ ବିଲରେ ଥିଲେ । ଏଙ୍କି ମାଡକାମୀ ବାହାରକୁ ଯାଇଥିବା ବେଳେ ନିକଟସ୍ଥ ମହୁଲ ଗଛରେ ବଜ୍ରପାତ ହୋଇଥିଲା ।

ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏପଟେ ସ୍ୱାମୀ ଭିମା ମାଡକାମୀ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଏମଭି- 79 ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମୃତ ଏଙ୍କିଙ୍କ ଦୁଇ ପୁଅ ଝିଅ ଥିବା ବେଳେ ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଓ ଝଡ଼ବର୍ଷା ଜାରି ରହିଥିଲା ।

 

LEAVE A REPLY

Please enter your comment!
Please enter your name here

spot_img

Related articles

ତାତିରେ ଥରହର ରାଜ୍ୟ, ୫୦ ଡିଗ୍ରୀ ଭଳି ଅନୁଭୂତ ହେଉଛି ଗରମ, ଅନେକ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କଲା IMD

ଭୁବନେଶ୍ୱର, (୦୬/୦୬) : ଆପ୍ର : ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ସିଝୁଛି ସାରା ଓଡ଼ିଶା। ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ଦିନ ୨ଟା ୩୦...

ଆଇଟିଡିଏଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲିଗୁଡା, (୦୬/୦୬) : ଆପ୍ର : ଆୟ ବର୍ହିଭୂତ ସମ୍ପତ୍ତି (ଡିଏ) ଠୁଳ କରିଥିବା ଅଭିଯୋଗରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଇଟିଡିଏର ସହକାରୀ ନିର୍ବାହୀ...

ଶିଶୁ ଟିକାକରଣରେ ଗାଁ ଆଗୁଆ

ଭୁବନେଶ୍ବର, (୦୬/୦୬) : ଆପ୍ର : ରାଜ୍ୟରେ ଶିଶୁଙ୍କ ଟିକାକରଣ ବୃଦ୍ଧି ପାଇଛି । ଟିକାକରଣ ହାର ଶତପ୍ରତିଶତରୁ କମ୍ ରହିଥିଲେ ସୁଦ୍ଧା ଏହା...

ଚାଉଳର ମିଲିଂ ୨ଗୁଣା ବୃଦ୍ଧି

ଭୁବନେଶ୍ୱର, (୦୬/୦୬) : ଆପ୍ର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଚାଉଳର ମିଲିଂ ଖର୍ଚ୍ଚ ବୃଦ୍ଧି ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି...