Homelocalଚରଦେଇ ଆଞ୍ଚଳିକ ଲୋକ ମହୋତ୍ସବ ବାବଦରେ ସାମ୍ବାଦିକ ସମ୍ମିଳନୀ

ଚରଦେଇ ଆଞ୍ଚଳିକ ଲୋକ ମହୋତ୍ସବ ବାବଦରେ ସାମ୍ବାଦିକ ସମ୍ମିଳନୀ

ସୁବର୍ଣ୍ଣପୁର , (୧୬/୧୧) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ପ୍ରସିଦ୍ଧ ଶୈବ ପୀଠ ଚରଦା ଗ୍ରାମ ପଞ୍ଚାୟତ ଚରଦା ଗାଁ’ର ବାବା କପିଳେଶ୍ୱର ଓ ମାଁ ଚରଦେଇଙ୍କ ପ୍ରତିବର୍ଷ କାର୍ତ୍ତିକ ମାସ ଉଜ୍ୱଳ ପକ୍ଷ ନବମୀ, ଦଶମୀ ଓ ଏକାଦଶୀ ତିଥିରେ କଳାସୀ ଯାତ୍ରା ଅନୁଷ୍ଠିତ ହୋଇଥାଏ ।WhatsApp Image 2026 11 17 at 11.40.40

ତେଣୁ ଏହି ଯାତ୍ରା ସମୟରେ ଚରଦେଇ ଆଞ୍ଚଳିକ ଲୋକ ମହୋତ୍ସବ ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ନଭେମ୍ବର ୧୮, ୧୯, ୨୦ ତାରିଖ ଏହି ଯାତ୍ରା ଅନୁଷ୍ଠିତ ହେବ । ଏହି ଯାତ୍ରାରେ ରାଜ୍ୟ, ରାଜ୍ୟ ବାହାରୁ ଏବଂ ସ୍ଥାନୀୟ ଲୋକ କଳାକାର ମାନେ ନିଜ ନିଜର କଲା ପ୍ରଦର୍ଶନ କରିବା ସୁଯୋଗ ପାଇବେ । ଉକ୍ତ ମହୋତ୍ସବରେ ପ୍ରଶାସନିକ ଠାରୁ ଆରମ୍ବ କରି ବିଭିନ୍ନ ଦଳର ରାଜନେତା ଅଂଶଗ୍ରହଣ କରିବେ । ଏହି ଲୋକ ମହୋତ୍ସବକୁ ନେଇ ବିନିକା ସ୍ଥିତ ଏକ ଘରୋଇ ହୋଟେଲରେ ମହୋତ୍ସବ ସଭାପତି ଅଶୋକ କୁମାର ପୃଷ୍ଟି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲେ । ସାମ୍ବାଦିକ ସମ୍ମିଳନୀରେ ମହୋତ୍ସବ କମିଟିର କୋଷାଧକ୍ଷ ବିକାଶ ଚନ୍ଦ୍ର ଭୋଇ, ସକ୍ରିୟ ସଦସ୍ୟ ସତ୍ୟ ବଡ଼ମାଲୀ ମଞ୍ଚାସିନ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments