ଭୁବନେଶ୍ୱର, (୧୩/୧୧) : ଆପ୍ର : ପୁରୀ କଟକ ବାଏପାସ ରେ ହାଇୱେ ହରର୍ । ରାଜଧାନୀରେ ଜୀବନ ନେଲା ଦୃତଗାମୀ କାର୍ । କାର୍ ଧକ୍କାରେ ଜଣେ ବାଇକ୍ ଚାଳକ ମୃତ ଆଉ ଜଣେ ଗୁରୁତର ।
ତାଙ୍କୁ କଟକ SCBରେ ଭର୍ତ୍ତି କରାଯାଇଛି । ଭୁବନେଶ୍ୱର ଧଉଳି ଥାନା ଲିଙ୍ଗିପୁର ଟ୍ରାଫିକ ଛକ ନିକଟରେ ଭୟାବହ ଦୁର୍ଘଟଣା । ଗତକାଲି ବିଳମ୍ବିତ ରାତିରେ କାରଟି ଏକ ବାଇକକୁ ଧକ୍କା ଦେଇଥିଲା । ଫଳରେ ବାଇକ ଆରୋହୀ ଜଣକ ରାସ୍ତାରେ ଛିଟିକି ପଡିଥିଲେ। ଘଟଣା ସ୍ଥଳରେ ନିର୍ମଳ ବାରିକଙ୍କ ମୃତ୍ୟୁ ହୋଇଥିଲା । ସଞ୍ଜୟ ପାତ୍ରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ଘର ବାଲିପାଟଣା ଥାନା ମଧୁବନ ଅଞ୍ଚଳରେ ବୋଲି ଜଣାପଡିଛି । ଦୁର୍ଘଟଣା ଘଟାଇଥିବା କାର ଓ ଚାଳକକୁ ଥାନାରେ ଅଟକ ରଖାଯାଇ ତଦନ୍ତ ଚାଲିଛି । ଦୁର୍ଘଟଣା ଘଟାଇଥିବା କାର ଚାଳକ ନିଶାଶକ୍ତ ଥିବା ପୋଲିସ ସୁତ୍ରରୁ ଜଣାପଡିଛି ।

