ଆହୁରି ୪ ଡିଗ୍ରୀ ଖସିପାରେ ତାପମାତ୍ରା, ୨ ତାରିଖ ଯାଏ ତାତି କମ୍ ରହିବ

Date:

Share post:

ଭୁବନେଶ୍ବର, (୩୧/୦୫) : ଆପ୍ର : ରାଜ୍ୟରେ ଆହୁରି ୪ ଡିଗ୍ରୀ ଖସିପାରେ ତାପମାତ୍ରା । ୨ ତାରିଖ ଯାଏ ତାତି କମ୍ ରହିବ। କିନ୍ତୁ ୩ ତାରିଖଠାରୁ ପୁଣି ତାପମାତ୍ରା ବଢିବ ।

ଏହି ସମୟରେ ତାତି ୨ରୁ ୩ ଡିଗ୍ରୀ ବଢିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆଜି ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଆସନ୍ତାକାଲି ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି । କାଳବୈଶାଖୀ ବର୍ଷା ପାଇଁ ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀ ତଳକୁ ଖସିଛି ତାପମାତ୍ରା । ସମ୍ବଲପୁରରେ ୪୧.୪ ଡିଗ୍ରୀ, ବୌଦ୍ଧରେ ୪୧.୨ ଓ ହୀରାକୁଦରେ ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା ।

ସେହିପରି ଗତକାଲିର ସୂଚନାଥିଲା କି, ତାତିରେ ଲାଗିବ ବ୍ରେକ । ପୂରା ଓଡ଼ିଶାକୁ କାଳବୈଶାଖୀ ପାଇଁ ଆଲର୍ଟ ଜାରି ରହିଥିଲା । ୧୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଥିଲା । କେନ୍ଦୁଝର, ଢ଼େଙ୍କାନାଳ, ମୟୂରଭଞ୍ଜ ଏବଂ ଅନୁଗୋଳରେ ପ୍ରବଳ ବର୍ଷା ସମ୍ଭାବନା ରହିଥିଲା । କିଛି କିଛି ସ୍ଥାନରେ ଘଣ୍ଟାପ୍ରତି ପବନର ବେଗ ୬୦ରୁ ୭୦ କିମି ପର୍ଯ୍ୟନ୍ତ ବହିପାରେ ହୋଲି କୁହାଯାଉଥିଲା । ଅନ୍ୟପଟେ ଗରମ ଓ ଗୁଳୁଗୁଳି ପାଇଁ ଦକ୍ଷିଣ ଓଡ଼ିଶାର ଦୁଇ ଜିଲ୍ଲା ଗଞ୍ଜାମ ଏବଂ ଗଜପତି ସହ ଉପକୂଳ ଓଡ଼ିଶାକୁ ଆଲର୍ଟ ଜାରି ହୋଇଥିଲା ।

LEAVE A REPLY

Please enter your comment!
Please enter your name here

spot_img

Related articles

ଆଜି ନିଟ୍-ୟୁଜି ରି ଟେଷ୍ଟ, ପରୀକ୍ଷା ଦେବେ ପ୍ରାୟ ୨୨ ଲକ୍ଷ ୮୦ ହଜାର ପରୀକ୍ଷାର୍ଥୀ

ନୂଆଦିଲ୍ଲୀ, (୨୧/୦୬) : ଆପ୍ର : ଆଜି ନିଟ ୟୁଜି ପୁନଃ ପରୀକ୍ଷା । ଦେଶର ୫୫୧ଟି ସହର ଏବଂ ବିଦେଶର ୧୪ଟି କେନ୍ଦ୍ରରେ...

ରାଜ୍ୟରେ ପ୍ରବଳ ବର୍ଷିବ, ୨୪ ତାରିଖ ଯାଏ ପୂରା ଓଡ଼ିଶାକୁ କାଳବୈଶାଖୀ ଆଲର୍ଟ ଜାରି

ଭୁବନେଶ୍ବର, (୨୧/୦୬) : ଆପ୍ର : ରାଜ୍ୟରେ ପ୍ରବଳ ବର୍ଷିବ । ୨୪ ତାରିଖ ଯାଏ ପୂରା ଓଡ଼ିଶାକୁ କାଳବୈଶାଖୀ ଆଲର୍ଟ ଜାରି । ଆଜି...

ଯୋଗକୁ ଜୀବନର ଅଂଶ କରନ୍ତୁ, ଯୋଗ ଦିବସରେ ବାର୍ତ୍ତା ଦେଲେ ମୁ୍ଖ୍ୟମନ୍ତ୍ରୀ

ଭୁବନେଶ୍ବର, (୨୧/୦୬) : ଆପ୍ର : ମାନସିକ ଶାନ୍ତି ପାଇଁ ଯୋଗ । ଯୋଗ କେବଳ ଶରୀରକୁ ସୁସ୍ଥ ରଖେନି ଆତ୍ମାକୁ ସନ୍ତୁଳନ ରଖେ...

ଭବାନୀପାଟଣାରେ ଭାଲୁ ଆତଙ୍କ

ଭବାନୀପାଟଣା, (୨୧/୦୬) : ଆପ୍ର : ସହରର ଦେବାନ ସାହେବ୍ ପଡ଼ା ଅଞ୍ଚଳରେ ଆଜି ସନ୍ଧ୍ୟାରେ ଏକ ଭାଲୁ ଦେଖିବାକୁ ମିଳିଥିଲା। ପରେ ଭାଲୁ ଟି...