Homeaccidentଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, (୦୩/୧୦) : ଆପ୍ର : ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ହାଇସ୍କୁଲ ଛକରେ ଘଟିଛ ମର୍ମନ୍ତୁଦ ସଡକ ଦୁର୍ଘଟଣା ।

ଦ୍ରୁତଗତିରେ ଆସୁଥିବା ଏକ ପିକଅପ୍ ଭ୍ୟାନ ରାସ୍ତାକଡ଼ରେ ଠିଆ ହୋଇଥିବା, ବାଇକରେ ଗନ୍ତବ୍ୟ ସ୍ଥଳକୁ ଯାଉଥିବା ଓ ଘରକୁ ଫେରୁଥିବା ଲୋକଙ୍କୁ ଧକ୍କା ଦେବାରୁ ଏକାଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ ମଧ୍ୟ ରହିଛି । ସୂଚନା ମୁତାବକ, ଚୁଡ଼ଙ୍ଗପୁର ଗାଁରୁ ସାପ୍ତାହିକ ହାଟରେ ଲୁଗା ସାମଗ୍ରୀ ବିକ୍ରିକରି ଅପରାହ୍ନରେ ଛେଳିଗଡ଼ ଗାଁ ଅଞ୍ଚଳକୁ ଫେରୁଥିବା ଏକ ପିକଅପ୍‌ ଭ୍ୟାନ (ଓଡ଼ି୦୨ବିଏକ୍ସ୨୪୨୩) ଦ୍ରୁତଗତିରେ ଆସୁଥିଲା । ଅନ୍ତରବା ଗ୍ରାମ ନିକଟ ହାଇସ୍କୁଲ ଛକ ନିକଟରେ ଗାଡ଼ିଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଘଟାଇଥିଲ। । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ ପୁଲିସ ଆହତ ମାନଙ୍କୁ ୧୧୨ ଓ ୧୦୮ ଯୋଗେ ମୋହନା ଓ ଚ଼ନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭର୍ତ୍ତି କରିଥିଲେ ।

ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତ ଗୁରୁତର ଓ ଆହତ ମାନଙ୍କ ପ୍ରାଥମିକ ଚିକିତ୍ସା କରାଯିବା ପରେ ଗୁରୁତର ଥିବା ଗୁଲୁବା ପଞ୍ଚାୟତ ଅଧିନ ଶୁଣ୍ଡିପଦା ଗାଁ’ର ରମେଶ ନାୟକ(୩୮), ଅନ୍ତରବା ଗାଁର ର ୫ ବର୍ଷର ଶିଶୁ ଗୋପାଳ ବେହେରା , ଗୁଲୁବା ପଞ୍ଚାୟତ ବମପଦା ଗାଁ’ର ପ୍ରଭାକର ଯାନୀଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ତରବା ଓଡ଼ିଆ ସାହିର ଲବ ବେହେରା(୪୬) ଏବଂ ଅବନୀ ସାହୁ(୫୫) ଆହତ ହୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣା ଘଟାଇବା ପରେ ଭ୍ୟାନ ଚାଳକ କେଉଁଆଡ଼େ ଫେରାର ହୋଇଯାଇଛି । ଘଟଣା ସ୍ଥଳରେ ଅଡ଼ବା ଥାନା ଏସଆଇ ପ୍ରିତମ ଦାସ ଓ କର୍ମଚାରୀ ପହଞ୍ଚି ପିକଅପ ଭ୍ୟାନ ଓ ବାଇକକୁ ଜବତ କରିବା ସହ ଦୁର୍ଘଟଣାର କାରଣ ଓ ଗାଡ଼ି ଚାଳକଙ୍କ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments