ଜମି ବିବାଦକୁ ନେଇ ନିଆଁ ଲଗାଇଲେ ଦୁର୍ବୃତ୍ତ

Date:

Share post:

କଣ୍ଟାବାଞ୍ଜି, (୨୦/୦୬) : ଆପ୍ର : ଜମିର ମରାମତି କରୁଥିବାବେଳେ ଚାରି ଜଣ ଡ୍ରାଇଭରଙ୍କୁ ନିସ୍ତୁକ ମାଡ ମାରି ତିନୋଟି ଟ୍ରାକ୍ଟର ଓ ଗୋଟିଏ ଜେସିବିକୁ ନିଆଁ ଲଗାଇଲେ ଚାଳିଶ ଜଣ ଦୁର୍ବୃତ୍ତ ।

ଏଭଳି ଘଟଣା ଘଟିଛି ବଙ୍ଗୋମୁଣ୍ଡା ଥାନା ଛତ୍ରଙ୍ଗ ଗାଁ’ରେ । ନୂଆପଡା ଜିଲ୍ଲା ତୁକଲା ଗାଁର ଫକୀରମୋହନ ଜଗତଙ୍କର ଚାଷ ଜମି ରହିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଛତ୍ରଙ୍ଗ ଗାଁରେ । ଜମି ମରାମତି କରୁଥିବା ବେଳେ ଜମି ବିବାଦକୁ କେନ୍ଦ୍ରକରି ନିଆଁ ଲଗାଇଥିବା ଜଣାପଡିଛି । ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି । ଜମି ହଡପ କରିବାକୁ ସେହି ଗାଁର କିଛି ଜଣ ଜାଲିଆତି କରିଥିଲେ । ଏନେଇ ଜମି ମାଲିକ କୋର୍ଟର ଆଶ୍ରୟ ନେଇଥିଲେ ।

ଏବେ ମାମଲା କୋର୍ଟରେ ସିଭିଲ କେଶ ଚାଲୁଅଛି । ଆଗକୁ ଚାଷ କରିବାକୁ ଜମି ମାଲିକ ଜଣକ ଭଡା ସୂତ୍ରରେ ତିନୋଟି ଟ୍ରାକ୍ଟର ଓ ଗୋଟିଏ ଜେସିବିରେ ଜମିରେ କାମ କରୁଥିବା ବେଳେ ହଠାତ ଗାଁର ଚାଳିଶ ଜଣ ଅସ୍ତ୍ରଶସ୍ତ୍ର ଧରି ମାଡ଼ ମାରିବା ସହ ଆକ୍ରମଣ କରିଥିଲେ ଏବଂ ଗାଡିକୁ ନିଆଁ ଲଗାଇଦେଇଥିବା ନେଇ ବଙ୍ଗୋମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ବଙ୍ଗୋମୁଣ୍ଡା ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭାଇବା ପାଇଁ ଉଦ୍ୟମ ଚାଲିଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଜେ.କେ କାଗଜ କଳର ପୂର୍ବତନ ଅଧ୍ୟକ୍ଷ ସ୍ଵର୍ଗତ ହରି ଶଙ୍କର ସିଂଘାନିଆଙ୍କ ୯୩ତମ ଜନ୍ମଦିନ ପାଳନ

ରାୟଗଡା, (୨୦/୦୬) : ଆପ୍ର : ଜେ.କେ କାଗଜ କଳର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ହରି ଶଙ୍କର ସିଂଘାଣିଆଙ୍କ ୯୩ତମ ଜନ୍ମ ଦିନ ପାଳନ...

ଗାଁ ଦୁଆରେ ସରକାର: ୨୦ ଜୁନ୍‌ରୁ ପ୍ରତି ପଞ୍ଚାୟତରେ ‘ଜନକଲ୍ୟାଣ ଶିବିର’

ଭୁବନେଶ୍ୱର, (୨୦/୦୬) : ଆପ୍ର : ସରକାରୀ ଯୋଜନାର ଲାଭ ଯେପରି କୌଣସି ଯୋଗ୍ୟ ହିତାଧିକାରୀଙ୍କ ନିକଟରୁ ବଞ୍ଚିତ ନ ହୁଏ ଏବଂ ଜନସାଧାରଣଙ୍କ...

ମୁହଁକୁ ସ୍ପ୍ରେ ମାରିଲେ ସୁନା ଚେନ୍ ନେଇ ଫେରାର ମାରିଲେ ଦୁର୍ବୃତ୍ତ

କେନ୍ଦୁଝର, (୨୦/୦୬) : ଆପ୍ର : ମୁହଁରେ ସ୍ପ୍ରେ ମାରି ଲୁଟିନେଲେ ସୁନା ଚେନ୍ । କେନ୍ଦୁଝରରେ ମହିଳାଙ୍କ ବେକରୁ ଦେଢ଼ ଭରିର ସୁନା...

ବିନିକା ଶୀତଳଷଷ୍ଠୀ ଶିବ ପାର୍ବତୀ ଙ୍କ ଶୁଭ ବିବାହ ସମ୍ପୂର୍ଣ୍ଣ ସଂପନ୍ନ

ସୁବର୍ଣ୍ଣପୁର, (୨୦/୦୬) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଶୀତଳଷଷ୍ଠୀ ଯାତ୍ରା ଅବସରରେ ଗୁରୁବାର ବିଳମ୍ବିତ ରାତି ୧ ଟା ୩୦ ମି...