Homebreaking newsଏକ କୁଇଣ୍ଟାଳ ୨କେଜି ୬୪୮ ଗ୍ରାମ ଗଞ୍ଜେଇ ବ୍ୟବହୃତ ଗାଡି ଜବତ : ୩ ଗିରଫ

ଏକ କୁଇଣ୍ଟାଳ ୨କେଜି ୬୪୮ ଗ୍ରାମ ଗଞ୍ଜେଇ ବ୍ୟବହୃତ ଗାଡି ଜବତ : ୩ ଗିରଫ

ସୁବର୍ଣ୍ଣପୁର, (୧୨/୧୧) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ତରଭା ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ତରଭା ଥାନାର ଭାରପ୍ରାପ୍ତ ଅଧିକାରୀ ଏବଂ ଥାନାର କର୍ମଚାରୀଙ୍କ ସହିତ ଦେଓଗାଁ ଛକ ନିକଟରେ ଚଢ଼ାଉ କରି OR-03E-2848 ନମ୍ବର ବିଶିଷ୍ଟ ଏକ ମୋଟରସାଇକେଲ୍ ଓ ଏହାର ଚାଳକ ବଲାଙ୍ଗୀର ଜିଲ୍ଲା ପୁଇନ୍ତଲା ଥାନା ଜଡଜଡ ଗ୍ରାମାର କାହ୍ନୁ ଚରଣ ଅମାତ (୪୨)କୁ ଅଟକ ରଖିଥିଲେ ।WhatsApp Image 2026 11 12 at 17.13.46

ସେହି ସମୟରେ ଗ୍ରାନାଇଟ୍ ପାଉଡର ବୋଝେଇ ଏକ ଟ୍ରକ୍‌କୁ ମଧ୍ୟ ଅଟକାଇ ଯାଞ୍ଚ କରାଯାଇଥିଲା । ଉକ୍ତ ଟ୍ରକ୍‌ରେ ଥିବା ଦୁଇଜଣ ବ୍ୟକ୍ତି, ଯଥା ଚାଳକ ଉତ୍ତରପ୍ରଦେଶ ରାଜ୍ୟ ଶ୍ୟାମଳୀ ର ଏକ୍ରମ ଅହମ୍ମଦ (୪୬) ଏବଂ ଛତିଶଗଡ ରାଜ୍ୟର (ରାୟପୁର) ଥାନା କବୀର ନଗର , ହୀରାପୁର କଲୋନୀ ର ମିଥିଲେଶ ତିୱାରୀ (୪୬) କୁ ଅଟକ ରଖାଯାଇଥିଲା । ଟ୍ରକ୍‌ଟିକୁ ତଲାସି କରିବା ସମୟରେ ସେଥିରୁ ୦୪ ଟି ପ୍ୟାକେଟ୍‌ରେ ଥିବା ସମୁଦାୟ ୧୦୨ଟି ଛୋଟ ପ୍ୟାକେଟ୍‌ରୁ ୧୦୨ କିଲୋଗ୍ରାମ ୬୪୮ ଗ୍ରାମ ଓଜନର ନିଷିଦ୍ଧ ଗଞ୍ଜେଇ ଉଦ୍ଧାର କରାଯାଇ ଜବତ କରାଯାଇଥିଲା ।

ପଚରାଉଚରା ସମୟରେ ଅଭିଯୁକ୍ତମାନେ ପ୍ରକାଶ କରିଥିବା ଅନୁଯାୟୀ, ଉକ୍ତ ନିଷିଦ୍ଧ ଗଞ୍ଜେଇ ବୌଦ୍ଧ ଜିଲ୍ଲା, ଦଣ୍ଡପଡ଼ା ଅନ୍ତର୍ଗତ ବ୍ରାହ୍ମଣୀ ଗ୍ରାମର ରଞ୍ଜିତ ସାହୁଙ୍କଠାରୁ ସଂଗ୍ରହ କରାଯାଇଥିଲା ଏବଂ ଉତ୍ତରପ୍ରଦେଶର ସାଜନପୁର ଅଞ୍ଚଳର ସରିକ୍ ଅହମ୍ମଦଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଉକ୍ତ ଟ୍ରକ୍‌ରେ ପରିବହନ କରାଯାଉଥିଲା । ଏହି ଘଟଣାରେ ସପ୍ରକ୍ତ ଥିବା ୩ ଜଣ ଅଭିଯୁକ୍ତ କୁ ଗିରଫ କରାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments