Homebreaking newsରାଜଧାନୀରେ ସ୍ପିଡ୍ ବାଇକରେ ଲୁଟେରା, ୨ ଗିରଫ

ରାଜଧାନୀରେ ସ୍ପିଡ୍ ବାଇକରେ ଲୁଟେରା, ୨ ଗିରଫ

ଭୁବନେଶ୍ବର, (୧୯/୧୧) : ଆପ୍ର : ରାଜଧାନୀରେ ସ୍ପିଡ୍ ବାଇକରେ ଲୁଟେରା । ବନ୍ଧାହେଲେ ଦୁଇ ଲୁଟେରା । ସ୍ପିଡ୍ ବାଇକରେ ବୁଲି ଲୁଟପାଟ କରୁଥିଲେ ।

୨୦୦ ଫୁଟିଆ ରାସ୍ତାରେ ଆତଙ୍କ ଖେଳାଉଥିଲେ । ମାରଣାତ୍ମକ ଅସ୍ତ୍ର ଦେଖାଇ ଲୋକଙ୍କଠାରୁ ଟଙ୍କା ଲୁଟୁଥିଲେ । ଲୁଟେରା ଗ୍ୟାଙ୍ଗର ଦୁଇ ଜଣଙ୍କୁ ଗିରଫ କରିଛି ମୈତ୍ରୀବିହାର ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସୁନୀଲ ବରାଳ ଓ ରାକେଶ ସ୍ୱାଇଁ । ଉଭୟଙ୍କ ନାଁରେ ୪ରୁ ଅଧିକ ଚୋରି, ଡକାୟତି ଓ ଲୁଟପାଟ ମାମଲା ରହିଛି । ସେମାନଙ୍କ ନିକଟରୁ ଗୋଟିଏ ଦାମୀ ବାଇକ୍ ଜବତ କରିଛି ପୋଲିସ ।

ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତଙ୍କ ଗତିବିଧି ଉପରେ ନଜର ରଖିଥିଲା । ଶେଷରେ ଉଭୟଙ୍କୁ କାବୁ କରିବାରେ ସଫଳ ହୋଇଛି ମୈତ୍ରୀବିହାର ଥାନା ପୋଲିସ । ସେମାନଙ୍କ ନିକଟରୁ ଗୋଟିଏ ଦାମୀ ବାଇକ୍ ମଧ୍ୟ ଜବତ କରାଯାଇଛି । ତେବେ ଏହି ଦୁଇ ଅଭିଯୁକ୍ତଙ୍କ ସହ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ଖୋଳତାଡ଼ ଜାରି ରହିଛି । ରାଜଧାନୀରେ ଏଭଳି ଲୁଟେରାଙ୍କ ଆତଙ୍କକୁ ରୋକିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments