Homelocalଘରେ ରୋଷେଇ ଚାଲିଥିବା ବେଳେ ଲାଗିଲା ନିଆଁ, ଜଳିଗଲା ୪ ଜୀବନ

ଘରେ ରୋଷେଇ ଚାଲିଥିବା ବେଳେ ଲାଗିଲା ନିଆଁ, ଜଳିଗଲା ୪ ଜୀବନ

ଯାଜପୁର, (୦୮/୧୧) : ଆପ୍ର : ଦୀପାବଳି ଦିନକ ପୂର୍ବରୁ ବଡ଼ ଧରଣର ଅଗ୍ନିକାଣ୍ଡ । ଜଳିଗଲା ଘର, ୪ ଜଣ ଜୀବନ୍ତ ଦଗ୍ଧ । ଜଣେ ଗୁରୁତର । ମୃତକଙ୍କ ମଧ୍ୟରେ ଦୁଇ ମହିଳା ଓ ଦୁଇ ଶିଶୁ ।

ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ନଳୀପୁର ପଞ୍ଚାୟତ ସେଖ ମହଲା ଠାରେ ଘଟିଛି ଅଘଟଣ । ସୂଚନା ମୁତାବକ ଗତକାଲି ରାତି ପ୍ରାୟ ୮ଟାରେ ସେକ ନିଜାମ ଉଦ୍ଦିନଙ୍କ ଘରେ ରୋଷେଇ ଚାଲିଥିବା ସମୟରେ ହଠାତ ଅଗ୍ନିକାଣ୍ଡ ଘଟିଥିଲା । ଚାହୁଁ ଚାହୁଁ ନିଆଁ ବ୍ୟାପି ଯାଇଥିଲା । ଆଜବେଷ୍ଟସ ଘର ଓ ଚାଳ ଘର ଥିବାରୁ ୪ ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଥିଲା । ସ୍ଥାନୀୟ ଲୋକେ ନିଆଁକୁ ଆୟତ କରିବାକୁ ଉଦ୍ୟମ କରିଥିଲେ ହେଁ ବିଫଳ ହୋଇଥିଲେ । ଏହି ଅଗ୍ନିକାଣ୍ଡରେ ୪ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ହେଲେ ସେକ ନିଜମୁଦିନଙ୍କ ୪୦ ବର୍ଷର ବଡ଼ ବୋହୂ ତଵସୁମ ବିବି , ବିବାହିତା ଝିଅ ଗୋଲାଫସା ବିବି ଓ ୧୧ବର୍ଷୀୟା ଝିଅ ରୋଶନୀ ଓ ୮ମାସର ପୁଅ ଅରହମ ।

ଏଥିସହ ତଵସୁମଙ୍କ ପୁଅ ଇଜହାର ଗୁରୁତର ଭାବେ ଆହତ ହୋଇ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟସର୍କିଟଓ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି । ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ କରିଥିଲେ । ବାଲିଚନ୍ଦ୍ରପୁର ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । ଏପଟେ ମୃତଦେହକୁ ବଡ଼ଚଣା ମେଡିକାଲର ଶଵ ବ୍ୟବଛେଦ ଗୃହରେ ଆଣି ରଖାଯାଇଛି । ଖବର ପାଇ ବଡ଼ଚଣା ବିଧାୟକ ଅମର ନାୟକ ମେଡ଼ିକାଲରେ ପହଂଚି ଆହତଙ୍କୁ ଭେଟିବା ସହ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ନିୟମାନୁଯାୟୀ ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି । ତେବେ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments