Homelocalଗାଧୋଇବାକୁ ଯାଇ ନିଖୋଜ, ୨୦ ଘଣ୍ଟା ପରେ ମିଳିଲା ମୃତଦେହ

ଗାଧୋଇବାକୁ ଯାଇ ନିଖୋଜ, ୨୦ ଘଣ୍ଟା ପରେ ମିଳିଲା ମୃତଦେହ

ଉଦଳା, (୨୪/୧୦) : ଆପ୍ର : ୨୦ ଘଣ୍ଟା ପରେ ମିଳିଲା ମୃତଦେହ । ନଦୀ ପଠାରେ ପଡ଼ିଥିଲା ଚପଲ ଓ ଗଞ୍ଜି । ହେଲେ କୁଆଡେ ଯାଇଥିଲେ ବୃଦ୍ଧ ମିଳୁ ନା ଥିଲା ପତ୍ତା ।

ସନ୍ଦେହରେ ରାତିରେ ଅଗ୍ନିଶମ ବିଭାଗ ନଦୀରେ ଖୋଜି ଫେରିଯିବା ପରେ ଆଜି ସକାଳୁ ପୁଣି ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ । ଶେଷରେ ୨୦ ଘଣ୍ଟା ପରେ ନଦୀର ଗଣ୍ଡ ଭିତରୁ ମିଳିଲା ବୃଦ୍ଧଙ୍କ ମୃତଦେହ । ଉଦଳା ଥାନା କଇଁସାରି ଦେଓ ନଦୀ ଜାମୁଘାଟ ପୋଲ ନିକଟରେ ଘଟିଛି ଏଭଳି ଘଟଣା । ମୃତକ କଇଁସାରି ଗ୍ରାମର ମାୟାଧର ନାୟକ । ଗତକାଲି ଦିନ ୧୧ ଟା ସମୟରେ ଦେଓ ନଦୀକୁ ସେ ଗାଧୋଇବାକୁ ଆସିଥିଲେ।

ହେଲେ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଫେରି ନା ଥିଲେ । ପରେ ପରିବାର ଲୋକେ ନଦୀ ପଠାରେ ତାଙ୍କର ଚପଲ ଏବଂ ଗଞ୍ଜି ଥିବା ଦେଖିବା ସହିତ ସେ ନଦୀରେ ବୁଡ଼ି ଯାଇ ନିଖୋଜ ଥିବା ସନ୍ଦେହ କରିଥିଲେ । ଯାହାକୁ ନେଇ ରାତିରେ ଖୁଣ୍ଟା ଅଗ୍ନିଶମ ବିଭାଗ ଆସି ଖୋଜାଖୋଜି କରିଥିଲେ ସୁଦ୍ଧା ପତ୍ତା ପାଇ ନା ଥିଲେ । ଆଜି ସକାଳୁ ଉଦଳା ଅଗ୍ନିଶମ ବିଭାଗ ପୁଣିଥରେ ଖୋଜିବା ପରେ ଗଣ୍ଡ ଭିତରେ ୧୭ ଫୁଟ ତଳେ ଏକ ପଥରରେ ସେ ଲାଗି ରହିଥିବା ଦେଖି ତାଙ୍କୁ ଉଦ୍ଧାର କରିଥିଲେ । ଅଗ୍ନିଶମ ବିଭାଗ ମୃତଦେହ ଉଦ୍ଧାର କରି ଉଦଳା ମେଡିକାଲ ନେଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments