Homeaccidentଯାତ୍ରୀବାହୀ ଟ୍ରେନ୍ ଧକ୍କାରେ ଗାଈ ଚରାଳି ମୃତ, ପୋଲିସର ତଦନ୍ତ ଆରମ୍ଭ

ଯାତ୍ରୀବାହୀ ଟ୍ରେନ୍ ଧକ୍କାରେ ଗାଈ ଚରାଳି ମୃତ, ପୋଲିସର ତଦନ୍ତ ଆରମ୍ଭ

କେନ୍ଦୁଝର, (୦୯/୦୮) : ଆପ୍ର : ରେଲୱେ ଓଭର ବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା । ଆଜି ଅପରାହ୍ନରେ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ କବିତ୍ରା ଗ୍ରାମ ନିକଟସ୍ଥ ଠାରେ ଅଘଟଣ ଘଟିଛି ।

ପୁରୀ ବଡବିଲ ଯାତ୍ରୀବାହୀ ଟ୍ରେନ ଧକ୍କାରେ ଏକ ଗାଈ ସହ ଗୋରୁ ଚରାଳିର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ କବିତ୍ରା ଗ୍ରାମର ବନମାଳୀ ମହାନ୍ତ ବୋଲି ଜଣାପଡ଼ିଛି। ବନମାଳୀ ସବୁଦିନ ପରି ଗୋରୁ ଚରାଉ ଥିଲେ। ବଡିବିଲରୁ ପୁରୀ ଯାଉଥିବା ଯାତ୍ରୀବାହି ଟ୍ରେନ୍ ଆଗକୁ ହଟାତ୍ ଏକ ଗାଈ ପଳାଇ ଆସିଥିଲା । ଏହାକୁ ଘଉଡ଼ାଇବାକୁ ଯାଇ ଗାଇ ଓ ବନମାଳୀ ଦୁହେଁ ଟ୍ରେନ ଧକ୍କାର ସମ୍ମୁଖୀନ ହୋଇଥିଲେ। ଟ୍ରେନ ଧକ୍କା ହେବା ଫଳରେ ଗାଈ ଓ ବନମାଳୀ ବ୍ରିଜ୍ ତଳକୁ ଛିଟିକିକି ପଡ଼ି ଯାଇଥିଲା ବେଳେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥଲା । ସ୍ଥାନିୟ ଲୋକେ ଖବର ପୋଲିସକୁ ଜଣାଇବା ପରେ ଘଟଣା ସ୍ଥଳରେ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments