Homecrimeଚିକେନ୍ ସେଣ୍ଟର୍ ଆଢ଼ୁଆଳରେ ଧଳା ଜହର ବେପାର ! ଅଭିଯୁକ୍ତ ଗିରଫ

ଚିକେନ୍ ସେଣ୍ଟର୍ ଆଢ଼ୁଆଳରେ ଧଳା ଜହର ବେପାର ! ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, (୨୫/୧୦) : ଆପ୍ର : ରାଜଧାନୀରେ ନିଶା ବେପାରୀଙ୍କ ଉପରେ ଅବକାରୀ ବିଭାଗର ଚଢ଼ାଉ । ଝାରପଡ଼ା କେନାଲ ରୋଡ୍‌ରୁ ୧୬୨ ଗ୍ରାମ ବ୍ରାଉନ ସୁଗାର ଜବତ ।

ନିଶା କାରବାର ଅଭିଯୋଗରେ ଏସ୍‌.କେ. ମାଜିଦ୍ ଗିରଫ । ଅଭିଯୁକ୍ତଙ୍କଠାରୁ ନଗଦ ୧୬୦୦ ଟଙ୍କା ସହ ଗୋଟିଏ ବଜାଜ୍ ପଲସର୍ ବାଇକ୍ ଜବତ କରିଛି ଅବକାରୀ ବିଭାଗ । ଅଭିଯୁକ୍ତ ଜଣକ କେନାଲ ରୋଡ୍‌ରେ ଏକ ଚିକେନ୍ ସେଣ୍ଟର୍ ଚଳାଉଥିବା ବେଳେ ଏହା ସହିତ ବ୍ରାଉନ ସୁଗାର ବେପାରରେ ଜଡ଼ିତ ଥିବା ଅଭିଯୋଗ ହୋଇଛି । ଝାରପଡ଼ାର ଏସ୍‌.କେ. ମାଜିଦ୍‌ଙ୍କୁ ଆଜି ମାଡି ବସିଛି ଅବକାରୀ ବିଭାଗ । ଜବତ ହୋଇଥିବା ଟଙ୍କା ନିଶା ବିକ୍ରିରୁ ମିଳିଥିବା ସନ୍ଦେହ କରାଯାଉଛି । ଏତେ ପରିମାଣର ହିରୋଇନ୍ କେଉଁଠୁ ଆସିଲା? ଏହା ପଛରେ ଆଉ କେହି ନିଶା ବେପାରୀ ସାମିଲ ଅଛନ୍ତି କି? କେବଳ ଖୁଚୁରା ବେପାର ନା ଏହା ପଛରେ ରହିଛି ବଡ଼ ନେଟୱର୍କ? ଏସବୁ ଦିଗକୁ ନେଇ ତଦନ୍ତ କରୁଛି ଅବକାରୀ ବିଭାଗ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments