Homebreaking newsତେଲ ଟ୍ୟାଙ୍କର ଭିତରେ ବେଆଇନ ଗୋ-ଚାଲାଣ, ଡ୍ରାଇଭର ଓ ହେଲପର ଅଟକ

ତେଲ ଟ୍ୟାଙ୍କର ଭିତରେ ବେଆଇନ ଗୋ-ଚାଲାଣ, ଡ୍ରାଇଭର ଓ ହେଲପର ଅଟକ

ମୟୂରଭଞ୍ଜ, (୦୫/୧୦) : ଆପ୍ର : ଅଭିନବ ଉପାୟରେ ତେଲ ପରିବହନ ନାଁ’ରେ ଚାଲିଥିଲା ଗୋ ଚାଲାଣ । ତେଲ ଟ୍ୟାଙ୍କର ଭିତରେ ବେଆଇନ ଭାବେ ଗୋ-ଚାଲାଣ ।

ମୟୂରଭଞ୍ଜ ବାଙ୍ଗିରିପୋଷିରୁ ଗାଡ଼ି ଜବତ ହୋଇଥିବା ବେଳେ ଡ୍ରାଇଭର ଓ ହେଲପର ଅଟକ । ବିଶୋଇ ପଟୁ କଳାବାଡ଼ିଆ ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ୟାଙ୍କରକୁ ନେଇ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା । ସ୍ଥାନୀୟ ଲୋକେ ଗାଡ଼ିଟିକୁ ପିଛା କରିବା ସହ ବାଙ୍ଗିରିପୋଷି ଥାନାକୁ ଖବର ଦେଇଥିଲେ । ସୂଚନା ପାଇ ପୋଲିସ ତୁରନ୍ତ ପୁନାସିଆ ରେଲୱେ ଗୋଳା ପୋଲ ନିକଟରେ ଟ୍ୟାଙ୍କରକୁ ଅଟକାଇ ଜବତ କରିଥିଲା । ଟ୍ୟାଙ୍କର ଭିତରେ ୨୦ରୁ ଅଧିକ ଗୋରୁ ଗାଈ ଥିଲେ । ଘଟଣାରେ ଟ୍ୟାଙ୍କରର ଡ୍ରାଇଭର ଓ ହେଲପରଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଗୋରୁଗୁଡ଼ିକୁ କେଉଁଠାରୁ କେଉଁଠିକୁ ନିଆଯାଉଥିଲା । ଚାଲାଣ ପଛରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି । ସେନେଇ ପୋଲିସ ତଦନ୍ତ ଚଳାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments