Homelocalନିଖିଳ ଉତ୍କଳ ଖଡୁରା ସମାଜର ବାର୍ଷିକ ଉତ୍ସବ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ନିଖିଳ ଉତ୍କଳ ଖଡୁରା ସମାଜର ବାର୍ଷିକ ଉତ୍ସବ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ରାୟଗଡା, (୧୬/୧୧) : ଆପ୍ର : ଦିର୍ଘ ୪୨ବର୍ଷ ପରେ ରାୟଗଡାରେ ଅନୁଷ୍ଠିତ ହୋଇଯାଇଛି ନିଖିଳ ଉତ୍କଳ ଖଡୁରା ସମାଜର ବାର୍ଷିକ ଉତ୍ସବ ।WhatsApp Image 2026 11 15 at 17.49.34

ରାୟଗଡା ସହରସ୍ଥିତ ମା ସାତ ଭଉଣୀ ମନ୍ଦିରରୁ ବାହାରିଥିଲା ଖଡୁରା ସମାଜର ବାର୍ଷିକ ଉତ୍ସବ ଏଵଂ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଥମେ ସଂଘ ପକ୍ଷରୁ ଦାୟିତ୍ୱରେ ଥିବା ସକ୍ରିୟ ସଦସ୍ୟ ମାନେ ଏକତ୍ରୀତ ହୋଇ ବିଭିନ୍ନ ପ୍ରକାର ଆତସବାଜି ସାଙ୍ଗକୁ ଢୋଲ ନିଶାନ ଓ ମଉରିର ତାଳେ ତାଳେ ବିରାଟ ବଡ଼ ପଟୁଆରରେ ମନ୍ଦିର ପାଖରୁ ବାହାରି ଶ୍ରୀ ରାମ ମନ୍ଦିର ଛକ, ମେନ୍ ରୋଡ, ଦୈନିକ ବଜାର, ସାରଳା ଛକ ଦେଇ ବିଜୁ ପଟ୍ଟନାୟକ ଅଡ଼ିଟରୀୟମ ରେ ପହଞ୍ଚି ଥିଲେ ।WhatsApp Image 2026 11 15 at 17.49.34 1

ଖଡୁରା ସମାଜର ପ୍ରତିଷ୍ଠାତା ଦଣ୍ଡାସି ନାୟକ ଏବଂ ସମାଜର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ଏବଂ ଦଶମ ଓ କଲେଜ ସ୍ତରରେ ଭଲ ମାର୍କ ପାସ୍ ହୋଇଥିବା ପୁଅ ଝିଅ ମାନଙ୍କୁ ପୁରସ୍କୃତ କରିଥିଲେ ସଂଗଠନ ବିନା ସମାଜ ହୋଇ ପାରିବ ନାହିଁ । ସଂଗଠନ ସୁଦୃଢ଼ ହଇ ସଂଘଠୀତ ହେଲେ ଯାଇ ସମାଜ ଗଠନ ହୋଇ ପାରିବ । ପୁରୁଷ ମାନେ ଏବଂ ପରଷ୍ପର ମଧ୍ୟରେ ଭାତୃତ୍ୱ ମନଭାବ ଏବଂ ସମ୍ମାନ, ମହିଳା ମାନେ ବ୍ୟବହାରିକ ଜୀବନରେ ପରସ୍ପର ମଧ୍ୟରେ ଆନ୍ତରିକତା, ସ୍ନେହ, ଶ୍ରଦ୍ଧା, ସମ୍ମାନ ଭାବ ରଖି ଚାଲିବାକୁ ସଂଘର ବୁଦ୍ଧିଜୀବୀ ମାନେ ଉପଦେଶ ଦେଉଥିଲେ ।

ସଭାପତି ସୋନିଆ ସୁବୁଦ୍ଧିଙ୍କ କହିବା ମୁତାବକ ପୂର୍ବଦିନ ଅପେକ୍ଷା ବର୍ତ୍ତମାନ ଖଡୁରା ସମାଜ ଶିକ୍ଷା ଦିଗରେ ଖେଳ କୁଦରେ ଏବଂ ବ୍ୟବସାୟିକ ସ୍ତରରେ ନିଜ ପରିବାର, ନିଜ ଅଞ୍ଚଳକୁ ଗୌରବାନିତ କରୁଛନ୍ତି । ସୋନିଆ ସୁବୁଦ୍ଧି କହିଛନ୍ତି ଖଡୁରା ସମାଜ ଏକ ଶୃଙ୍ଖଳିତ ସମାଜ । ରାୟଗଡା ଜିଲ୍ଲାର ୧୦ ଗୋଟି ବ୍ଲକ୍ ରୁ ଆଜି ହଜାର ହଜାର ସଂଖ୍ୟାରେ ଏହି ଶୋଭାଯାତ୍ରା ଓ ବୈଠକରେ ସାମିଲ୍ ହୋଇଥିଲେ । ଓଡ଼ିଶାର ୧୨୧ ଗୋଟି ପେଣ୍ଠ ପ୍ରାୟ ୫୪ ଗୋଟି ପେଣ୍ଠରୁ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ । ରାୟଗଡା ପେଣ୍ଠ ପକ୍ଷରୁ ସେମାନଙ୍କୁ ମଞ୍ଚ ଉପରେ ସୁ ସମ୍ମାନେ ସମ୍ବର୍ଦ୍ଧିତ କରାଯାଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments