ରାଇକିଆ : କନ୍ଧ ମାଳ ଜିଲ୍ଲା ରାଇକିଆ ଠାରେ ଶ୍ରାବଣ ମାସର ଦ୍ଵିତୀୟ ସୋମବାର ଜଳ ଲାଗି ପାଇଁ ଶୈବପୀଠ ଅଭିମୁଖେ କାଉଡ଼ିଆମାନେ ଯାତ୍ରା କରିଛନ୍ତି।
ମାନସିକ ବ୍ରତକୁ ସଫଳ କରିବା ନେଇ କାଉଡ଼ିଆ ରବିବାର ବିଭିନ୍ନ ଗ୍ରାମର ନଦୀ କୂଳରେ ପୂଜାର୍ଚ୍ଚନା କରି ପାଣିଭାର ଉଠାଇ ବିଭିନ୍ନ ଶୈବପୀଠ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଅଧିକ ସଂଖ୍ୟାରେ କାଉଡ଼ିଆ ଭକ୍ତମାନେ ପାଣି ଭାର ନେଇ ଚାଲି ଚାଲି ଆସନ୍ତି ଦିଗି ମନ୍ଦିରକୁ।

