Homelocalସୁଗଡ଼ବାଡ଼ି ଗ୍ରାମ ପଞ୍ଚାୟତରେ ବ୍ଲକ ସ୍ତରୀୟ ଜନ ଶୁଣାଣୀ ଅନୁଷ୍ଠିତ

ସୁଗଡ଼ବାଡ଼ି ଗ୍ରାମ ପଞ୍ଚାୟତରେ ବ୍ଲକ ସ୍ତରୀୟ ଜନ ଶୁଣାଣୀ ଅନୁଷ୍ଠିତ

ରାଇକିଆ, (୧୮/୦୬) : ଆପ୍ର : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ସୁଗଡ଼ବାଡ଼ି ଗ୍ରାମ ପଞ୍ଚାୟତ ସଭାଗୃହରେ ବ୍ଲକ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2026 06 17 at 17.37.01 1

ଏହି ଅବସରରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟସିଂହ କହଁର ଯୋଗ ଦେଇ ଜନସାଧାରଣଙ୍କର କେବଳ ୦୯ ଗୋଟି ଆବେଦନ ଅଭିଯୋଗ ଗୁଡ଼ିକର ଶୁଣାଣୀ କରିଥିଲେ। ଆବେଦନ ଅଭିଯୋଗ ଗୁଡ଼ିକ ମଧ୍ୟରେ  ୨ ଗୋଟି ସାମୂହିକ ଭାବେ ୭ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା। ସାମୂହିକ ଅଭିଯୋଗ ଗୁଡ଼ିକ ମଧ୍ୟରେ ପ୍ରମୁଖ ଭାବେ ମୋବାଇଲ ସେବା, ରାସ୍ତା ଗୁଡ଼ିକ ନିର୍ମାଣ, ବାଦ ପଡ଼ିଥିବା ଭତ୍ତା ହିତାଧିକାରୀ ମାନଙ୍କୁ ସାମିଲ,ଅନ୍ତୋଦୟ ଯୋଜନାରେ ସାମିଲ ଓ ଆବାସ ଯୋଜନାରେ ଗୃହ ଗୁଡିକ ମଞ୍ଜୁର କରିବା ଅନ୍ୟାନ୍ୟ ଅନ୍ତର୍ଭୁକ୍ତ ଥିଲା, ଏହି ଅବସରରେ ଆଗାମି ଅତି ନିକଟରେ ସମସ୍ତ ଆବେଦନ ଅଭିଯୋଗ ଗୁଡ଼ିକର ବିଚାର କରି ଜିଲ୍ଲାପାଳଙ୍କ ମଞ୍ଜୁର ସହ କାର୍ଯ୍ୟକାରୀ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଏବଂ ସମ୍ପୃକ୍ତ ବିଭାଗୀୟ କର୍ମଚାରୀ ମାନଙ୍କୁ ଏବିଡିଓ ନିର୍ଦେଶ ଦେଇଥିଲେ ।WhatsApp Image 2026 06 17 at 17.37.02

ଓ ଏହିଶୁଣାଣୀ ଶିବିର କାର୍ଯ୍ୟକ୍ରମରେ, ସରପଞ୍ଚ ସୁରଞ୍ଜନ ପ୍ରଧାନ, ସମିତି ସଭ୍ୟ ଜିକୁନ ସାହୁ, ଜିପିଡିଓ ମହେଶ ପଟ୍ଟନାୟକ, ପିଇଓ ସୁଶାନ୍ତ ପ୍ରଧାନ, ରୁରାଲ ହାଉସିଙ୍ଗ ସଂଯୋଜକ କମଲ ପ୍ରସାଦ ନାୟକ, ବିଏଫ୍ଓ ଅନନ୍ଦେଶ୍ୱର ପ୍ରଧାନ ଏବଂ ଏଡିଓ ପ୍ରିୟଙ୍କା ସାହୁ, ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ଜନ ଶୁଣାଣୀ ବିଷୟରେ ସୂଚନା ପାଇନଥିବାରୁ ବହୁ କମ ସଂଖ୍ୟାରେ ଜନସାଧାରଣ ଅନୁପସ୍ଥିତ ରହିଥିବା ଦେଖାଯାଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments