ଭୁବନେଶ୍ବର, (୦୭/୧୧) : ଆପ୍ର : ପୁଣି ରାଜଧାନୀ ଭୁବନେଶ୍ବରରେ କଳା ଥାର୍ ଆତଙ୍କ । ମଞ୍ଜେଶ୍ବର ଥାନା ଜିଜିପି କଲୋନୀରେ କଳା ଥାରର ସିରିଜ ଏକ୍ସିଡେଣ୍ଟ ।
ଜିଜିପି କଲୋନୀରେ ସିରିଜ୍ ଦୁର୍ଘଟଣା ଘଟାଇ ଖସିଯିବାକୁ ଉଦ୍ୟମ ବେଳେ, ଅଟକାଇଲା ପୋଲିସ । ତେବେ ଥାର୍ ଡ୍ରାଇଭର ଫେରାରମାରିଛି । ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ, ଉଦ୍ଧାର କରି ମେଡିକାଲ ପଠାଇଛି ପୋଲିସ । ଘଟଣାସ୍ଥଳରେ ଉତ୍ତେଜନା, ପୋଲିସର ତଦନ୍ତ ଜାରି ରଖିଛି । ଥାର୍ ମାଲିକଙ୍କୁ ଥାନାକୁ ଡକାଯାଇଥିବା ପୋଲିସ ସୂଚନା ଦେଇଛି ।

