Homelocalସାପ କାମୁଡ଼ାରେ ଛାତ୍ରୀ ମୃତ, ପରିବାରରେ ଶୋକର ଛାୟା

ସାପ କାମୁଡ଼ାରେ ଛାତ୍ରୀ ମୃତ, ପରିବାରରେ ଶୋକର ଛାୟା

ହିନ୍ଦୋଳ, (୧୨/୦୯) : ଆପ୍ର : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଭଗବାନପୁର ଗାଁ’ରେ ଅଘଟଣ। ଘରେ ଶୋଇଥିବା ସମୟରେ ବିଷାକ୍ତ ସାପ କାମୁଡ଼ାରେ ଛାତ୍ରୀ ମୃତ

ସୂଚନା ଅନୁଯାୟୀ ଗତ ରାତିରେ ଭଗବାନପୁର ଗ୍ରାମର ମନ୍ଦର ଧର ସାହୁଙ୍କ ୧୩ବର୍ଷୀୟ ଝିଅ ଶ୍ରାବଣୀ ସାହୁ ଘରେ ଶୋଇଥିବା ସମୟରେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା । ତୁରନ୍ତ ପରିବାର ଲୋକେ ହିନ୍ଦୋଳ ଡ଼ାକ୍ତରଖାନାକୁ ନେଇ ଯାଇଥିଲେ । ସ୍ବାସ୍ଥ୍ୟବସ୍ଥା ସଂଙ୍କଟାପର୍ଣ୍ଣ ହେବାରୁ ଡାକ୍ତର ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ସେଠାରେ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିଲା । ଆଜି ଅପରାହ୍ନରେ ଶ୍ରାବଣୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ଶ୍ରାବଣୀ ଭକ୍ତପୁର ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ରୀ ଥିଲେ । ଏହାକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments