Homeaccidentଦୁଇ ବାଇକ୍ ମଧ୍ୟରେ ମୁହାଁ ମୁହାଁ ଧକ୍କା, ଜଣେ ମୃତ, ୨ ଗୁରୁତର

ଦୁଇ ବାଇକ୍ ମଧ୍ୟରେ ମୁହାଁ ମୁହାଁ ଧକ୍କା, ଜଣେ ମୃତ, ୨ ଗୁରୁତର

ଆଳି, (୩୧/୦୮) : ଆପ୍ର : କେନ୍ଦ୍ରାପଡା ଜିଲ୍ଲା ଆଳି-ଭୁଇଁପୁର ରାସ୍ତାରେ ଦୁଇ ବାଇକ୍ ମଧ୍ୟରେ ମୁହାଁ ମୁହାଁ ଧକ୍କା ହୋଇଛି ।

ଫଳରେ ଜଣେ ବାଇକ୍ ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ଅନୁସାରେ, ଏଣ୍ଡୋଳ ଗାଁର ରାକେଶ ମଲ୍ଲିକ ନିଜ ସାଙ୍ଗଙ୍କ ସହ ଧଳ ଗାଁରୁ ଆଳି ବଜାର ଅଭିମୁଖେ ଆସୁଥିଲେ । ତେବେ ଆଳି-ଭୂଇଁପୁର ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଆଉ ଏକ ବାଇକ୍ ସହ ତାଙ୍କ ବାଇକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ ରାକେଶ ଗୁରୁତର ଆହତ ହୋଇଥିଲେ । ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନିଆଯାଇଥିଲା ।

ହେଲେ ତାଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ, ଏହି ଦୁର୍ଘଟଣାରେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି । ଏହି ଦୁର୍ଘଟଣା ପରେ ଏଣ୍ଡୋଳ ଗାଁରେ ଶୋକର ଛାୟା ଖେଳିଯାଇଛି । ଅସାବଧାନତା ଓ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏଭଳି ଦୁର୍ଘଟଣା ବଢ଼ୁଥିବା ବେଳେ, ଏବେ ସଡ଼କ ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି ।

 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments