Homelocalଜାତୀୟ ପୋଲିଓ ଟିକାକରଣ ଦିବସ-୨୦୨୬ ଅବସରରେ ରାୟଗଡ଼ରେ ଆଇପିପିଆଇ କାର୍ଯ୍ୟକ୍ରମର ଶୁଭାରମ୍ଭ

ଜାତୀୟ ପୋଲିଓ ଟିକାକରଣ ଦିବସ-୨୦୨୬ ଅବସରରେ ରାୟଗଡ଼ରେ ଆଇପିପିଆଇ କାର୍ଯ୍ୟକ୍ରମର ଶୁଭାରମ୍ଭ

ରାୟଗଡା, (୨୮/୦୬) : ଆପ୍ର : ଜାତୀୟ ପୋଲିଓ ଟିକାକରଣ ଦିବସ-୨୦୨୬ ଅବସରରେ ଇଣ୍ଟେନ୍ସିଫାଇଡ୍ ପଲ୍ସ ପୋଲିଓ ଇମ୍ୟୁନାଇଜେସନ୍ (ଆଇପିପିଆଇ) କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ଉଦ୍ଘାଟନୀ ସମାରୋହ ଆଜି ରାୟଗଡା ମୁଖ୍ୟ ଚିକିତ୍ସାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2026 06 28 at 10.13.06

ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନବୀନ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କୁ ମୌଖିକ ପୋଲିଓ ଟିକା ପ୍ରଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ନାଗେନ୍ଦ୍ରନାଥ ମହାପାତ୍ର, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ପ୍ରଶାନ୍ତ କୁମାର ମିଶ୍ର, ପରିବାର କଲ୍ୟାଣ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. କିଶୋର ଚନ୍ଦ୍ର ବାରାଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଭାରପ୍ରାପ୍ତ) ଶ୍ରୀ ଦେବରାଜ ଟାକ୍ରୀ ଏବଂ ଅନ୍ୟାନ୍ୟ ଚିକିତ୍ସକ, ନର୍ସ, ଅଙ୍ଗନୱାଡ଼ି କର୍ମୀ ଓ ଆଇପି କର୍ମଚାରୀମାନେ ଉପସ୍ଥିତ ଥିଲେ ।

ମୁଖ୍ୟ ଅତିଥି ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ ପୋଲିଓ ମୁକ୍ତ ଭାରତ ଗଠନ ଦିଗରେ ସରକାରଙ୍କ ଉଦ୍ୟମକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରିଥିଲେ। ସେ କହିଥିଲେ ଯେ, କୌଣସି ଶିଶୁ ଯେପରି ପୋଲିଓ ଟିକାକରଣରୁ ବଞ୍ଚିତ ନ ରୁହନ୍ତି, ସେଥିପ୍ରତି ବିଶେଷ ଯତ୍ନ ନେବା ଆବଶ୍ୟକ । ସିଡିଏମ୍ ଓ ପିଏଚଓ ଡା. ନାଗେନ୍ଦ୍ରନାଥ ମହାପାତ୍ର ସୂଚନା ଦେଇଥିଲେ ଯେ, ରାୟଗଡ଼ ଜିଲ୍ଲାରେ ପ୍ରାୟ  ୫ ବର୍ଷରୁ କମ୍ ବୟସର ୧ ଲକ୍ଷ ୧୧ ହଜାର ୧୭୧ ଜଣ ଶିଶୁଙ୍କୁ ମୌଖିକ ପୋଲିଓ ଟିକା ପ୍ରଦାନ କରିବା ଲକ୍ଷ୍ୟ ରଖାଯାଇଛି ।

ଏଥିପାଇଁ ଜିଲ୍ଲାରେ ୧୦୩୨ଟି ବୁଥ୍, ୩୪ଟି ଟ୍ରାନ୍‌ଜିଟ୍ ଟିମ୍ ଏବଂ ୨୩ଟି ମୋବାଇଲ୍ ଟିମ୍ ଗଠନ କରାଯାଇଛି । କାର୍ଯ୍ୟକ୍ରମର ସଫଳ ପରିଚାଳନା ପାଇଁ ୨୦୬୪ ଜଣ କର୍ମଚାରୀ, ୧୨୬ ଜଣ ସୁପରଭାଇଜର ଓ ୫୧ଟି ଅତିରିକ୍ତ ଯାନବାହନ ନିୟୋଜିତ କରାଯାଇଛି। କାର୍ଯ୍ୟକ୍ରମର ପ୍ରଥମ ଦିନ ଅର୍ଥାତ୍ ଆଜି ସମସ୍ତ ବୁଥ୍‌ରେ ୫ ବର୍ଷରୁ କମ୍ ବୟସର ଶିଶୁମାନଙ୍କୁ ମୌଖିକ ପୋଲିଓ ଟିକା ପ୍ରଦାନ କରାଯାଉଛି । ଦ୍ୱିତୀୟ ଓ ତୃତୀୟ ଦିନରେ ସ୍ୱାସ୍ଥ୍ୟ କର୍ମୀ ଓ ମୋବାଇଲ୍ ଟିମ୍ ମାନଙ୍କ ଦ୍ୱାରା ଘରକୁ ଘର ଯାଇ ଶିଶୁମାନଙ୍କୁ ମୌଖିକ ପୋଲିଓ ଟିକା ପ୍ରଦାନ କରାଯିବ। କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଅଭିଭାବକଙ୍କୁ ନିଜ ଶିଶୁମାନଙ୍କୁ ପୋଲିଓ ଟିକା ଦେବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା ପାଇଁ ଆହ୍ୱାନ କରାଯାଇଥିଲା । ଜିଲ୍ଲାର ସମସ୍ତ ଚିକିତ୍ସକ, ନର୍ସ, ଅଙ୍ଗନୱାଡ଼ି କର୍ମୀ ଓ ଆଇପି କର୍ମଚାରୀମାନେ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସକ୍ରିୟ ଭାବେ ଅଂଶଗ୍ରହଣ କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments