ଭୁବନେଶ୍ବର, (୦୭/୦୯) : ଆପ୍ର : ରାଜଧାନୀରେ ଗର୍ଜିଲା ଓଡ଼ିଶା ରାଜ୍ୟ ଯୋଗାଣ ସହାୟକ ସଂଘ । ଭୁବନେଶ୍ବର ଗାନ୍ଧୀ ମାର୍ଗରେ ସଂଘର ବିକ୍ଷୋଭ ।
ସମସ୍ତ ଚୁକ୍ତିଭିତ୍ତିକ ଯୋଗାଣ ସହାୟକଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ, ସିଧାସଳଖ ଆକାଉଣ୍ଟ ମାଧ୍ୟମରେ ଦରମା, ଜିଲ୍ଲା କ୍ୟାଡରରେ ଅନ୍ତର୍ଭୁକ୍ତ, ଗ୍ରେଡ ପେ ଓ ଦରମା ବୃଦ୍ଧି ସମେତ ୧୧ଦଫା ଦାବିରେ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଉଛି । ୧୪ ବର୍ଷ ଧରି ରାଜ୍ୟର ପଞ୍ଚାୟତ ସ୍ତରରେ ଯୋଗାଣ ସହାୟକ ସରକାରୀ ଜନସେବାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିଷ୍ଠାର ସହିତ କରିଆସୁଛନ୍ତି। PDS ମାଧ୍ୟମରେ ରାସନ ସାମଗ୍ରୀ ବଣ୍ଟନ, ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ, ନିର୍ବାଚନୀ କାର୍ଯ୍ୟ, କୋଭିଡ୍-୧୯ ସମୟରେ ଜନସେବା ଓ e-KYC କାର୍ଯ୍ୟରେ ସାମିଲ ଅଛନ୍ତି। ଦୀର୍ଘ ୧୪ ବର୍ଷର ସେବା ଓ ଅଭିଜ୍ଞତା ସତ୍ତ୍ୱେ ସେମାନଙ୍କୁ ଏଯାଏ ନିୟମିତ କରାଯାଇନାହିଁ । ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ଚେତାବନୀ ଦେଇଛି ।

