ୱାର୍ଡ ସଭ୍ୟଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ କାବୁ କରି ପଚରାଉଚରା କରୁଛି ପୋଲିସ

Date:

Share post:

ଭଦ୍ରକ, (୧୮/୦୬) : ଆପ୍ର : ଭଦ୍ରକ ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଏବେ ଭଦ୍ରକ ରାଜନୈତିକ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ୱାର୍ଡ ସଭ୍ୟଙ୍କୁ ହତ୍ୟା କରାଯାଇଛି । ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଭଦ୍ରକ ଭଣ୍ଡାରିପୋଖରୀ ଥାନା ସରସଦା ପଞ୍ଚାୟତ କଟରାଗଡିଆ ଗାଁରେ ଏହି ନିର୍ମମ ହତ୍ୟାକାଣ୍ଡ ଘଟିଛି । ମୃତ ୱାର୍ଡ ସଭ୍ୟ ହେଲେ ଜଗନ୍ନାଥ ସାହୁ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟ ଓ ଉତ୍ତେଜନା ସୃଷ୍ଟି କରିଛି । ଗାଁ ରାସ୍ତା ନିର୍ମାଣକୁ ନେଇ ଜଗନ୍ନାଥ ସାହୁ ଓ ରତ୍ନାକର ସାହୁଙ୍କ ମଧ୍ୟରେ ଶତ୍ରୁତା ଲାଗିରହିଥିଲା । ଗତକାଲି ଜଗନ୍ନାଥ ଓ ତାଙ୍କ ସହଯୋଗୀ ବଟକୃଷ୍ଣ ବାଇକରେ ଯାଉଥିବାବେଳେ ଅତର୍କିତ ଆକ୍ରମଣ କରିଥିଲେ ରତ୍ନାକର। ଗୁରୁତର ଅବସ୍ଥାରେ ଜଗନ୍ନାଥଙ୍କୁ ଭଣ୍ଡାରୀପୋଖରୀ ମେଡିକାଲ ନେଇଥିଲେ ସ୍ଥାନୀୟ ଲୋକ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ପହଞ୍ଚି ରତ୍ନାକରଙ୍କୁ କାବୁ କରିବା ସହ ପଚରାଉଚରା କରୁଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଅଟୋକୁ ଧକ୍କା ଦେଲା କାର ୩ ଗୁରୁତର ୬ ଆହତ

ଅନୁଗୁଳ, (୧୮/୦୬) : ଆପ୍ର : ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା। ଅଟୋକୁ ପିଟିଲା କାର। ଜରପଡା ଥାନା ଅନ୍ତର୍ଗତ ବିମଳବେଡା...

ଲାଞ୍ଚ ନେଉଥିବା ସମୟରେ ଏଏସଆଇ ଓ ହୋମଗାର୍ଡଙ୍କୁ ମାଡିବସିଲା ଭିଜିଲାନ୍ସ

ଭୁବନେଶ୍ଵର, (୧୮/୦୬) : ଆପ୍ର : ଲାଞ୍ଚ ନେଉଥିବା ସମୟରେ ଜଣେ ଏଏସଆଇ ଓ ହୋମଗାର୍ଡଙ୍କୁ ମାଡିବସିଲା ଭିଜିଲାନ୍ସ । ଏଭଳି ଘଟଣା ଘଟିଛି...

ଚିକିତ୍ସା ଅବହେଳାରୁ ନବଜାତ ଶିଶୁ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନାରେ ଉତ୍ତେଜନା

ପାଟଣାଗଡ଼, (୧୮/୦୬) : ଆପ୍ର : ଚିକିତ୍ସା ଅବହେଳାରୁ ନବଜାତ ଶିଶୁ ମୃତ୍ୟୁ ଅଭିଯୋଗ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଡାକ୍ତରଖାନାରେ ଉତ୍ତେଜନା ଦେଖିବାକୁ...

ରେଲଓ୍ବେ ଚାକିରି କରାଇ ଦେବା ନାଁରେ ୨୦ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ବାପ ଝିଅ ଗିରଫ

ଭୁବନେଶ୍ୱର, (୧୮/୦୬) : ଆପ୍ର : ରେଲୱେରେ ଚାକିରି ଦେବା ନାଁରେ ଠକେଇ । ୨୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବାପ ଝିଅ ଗିରଫ...