Homebreaking newsଜନସଂଖ୍ୟା ଆଧାରରେ ସଂରକ୍ଷଣ ଦାବିରେ ଓଡିଶା ରାଜ୍ୟ ଓବିସି ମଞ୍ଚର ସାମ୍ବାଦିକ ସମ୍ମିଳନୀ

ଜନସଂଖ୍ୟା ଆଧାରରେ ସଂରକ୍ଷଣ ଦାବିରେ ଓଡିଶା ରାଜ୍ୟ ଓବିସି ମଞ୍ଚର ସାମ୍ବାଦିକ ସମ୍ମିଳନୀ

ପାଟଣାଗଡ଼ (୦୫/୦୮): ପାଟଣାଗଡ ଗୋକୁଲ ରେଷ୍ଟୁରାଣ୍ଟ ସମ୍ମିଳନୀ କକ୍ଷରେ ଓଡିଶା ଓବିସି ମଞ୍ଚ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଓବିସି ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ସଂଖ୍ୟାନୁପାତିକ ସଂରକ୍ଷଣ ଉପରେ ଆଲୋଚନା କରାଯାଇଥିଲା । ସରକାର ଓବିସି ମାନଙ୍କୁ ତାଙ୍କ ହକ୍ ଅଧିକାରରୁ ବଞ୍ଚିତକରି, କେବଳ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରୁଥିବାରୁ ।

ଆଗାମୀ ଦିନରେ ଓବିସିମାନେ ସଂଗଠିତ ହୋଇ ନିଜର ଅଧିକାର ପାଇଁ ଲଢେଇ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଓବିସି ମଞ୍ଚର ସଂପାଦକ ପ୍ରଦେଶି ବିଶ୍ୱାଲ, ସଂଯୋଜକ ବ୍ରଜଭୁଷଣ ସାଏ, ଯୁବ ସଂଯୋଜକ କପିଳେନ୍ଦ୍ର ଯାଦବ ଓ ସାମାଜିକ କର୍ମୀ ଶାନ୍ତନୁ କୁମାର ବୁଧିଆ ମଞ୍ଚାସୀନ ଥିଲେ। କୌଣସି ଆରକ୍ଷଣ ବିରୋଧି ଆନ୍ଦୋଳନରେ ଓବିସି ସମାଜର ଯୁବକ ମାନେ ସାମିଲ ନହେବା ପାଇଁ ଅନୁଷ୍ଠାନର କର୍ମକର୍ତ୍ତାମାନେ ଆହ୍ବାନ ଦେଇଥିଲେ। ଆଗାମି ଦିନରେ ଓବିସିମାନେ ସାମାଜିକ, ରାଜନୈତିକ, ଅର୍ଥନୈତିକ, ଶିକ୍ଷା ଓ ଚାକିରି କ୍ଷେତ୍ରରେ କିଭଳି ନିଜର ପ୍ରତିନିଧିତ୍ବ କରିପାରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା। ଏହି ସମ୍ମିଳନୀରେ ଅଭିଳାଷ ଭୋଇ, ସନ୍ତୋଷ କୁମାର ପଧାନ, ବିମଳ କୁମାର ବାଗ, ରମେଶ ଜୈନ, ଜନସନ ନାଗ, କ୍ଷୀରୋଦ୍ର କୁମାର ସାହୁ, ସୁଶାନ୍ତ କୁମାର ସାହୁ, କାମାକ୍ଷ ପ୍ରସାଦ ସାହୁ ପ୍ରମୁଖ ଯୋଗଦେଇ ନିଜର ମନ୍ତବ୍ଯ ରଖିଥିଲେ ଏବଂ ଆଗାମୀ ଦିନରେ ଓବିସି ମାନଙ୍କ ଅଧିକାର ପାଇଁ ବିରାଟ ଜନ ଆନ୍ଦୋଳନ କରିବାପାଇଁ ସପଥ ନେଇଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments