ଚାନ୍ଦବାଲି, (୧୨/୦୯) : ଆପ୍ର : ଚାନ୍ଦବାଲି ଆରଡ଼ି ମୁଖ୍ୟରାସ୍ତା ଏନଏସି ବାଲିଗାଁ ରାସ୍ତାରେ ଆଜି ଟ୍ରାକ୍ଟର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।
ମୃତ ଯୁବକ ହେଉଛନ୍ତି ବାଲିଗାଁର ନୃସିଂହ ଦାସଙ୍କ ପୁଅ ଦୀପ୍ତି ରଞ୍ଜନ ଦାସ । ଦିପ୍ତୀରଂଜନ ରାସ୍ତା ପାଖରେ ନିଜର ସ୍କୁଟି ରଖି ଛିଡା ହୋଇଥିବା ସମୟରେ ଟ୍ରାକ୍ଟର ଚଢି ଯାଇଥିଲା । ସଙ୍ଗେ ସଙ୍ଗେ ଦିପ୍ତୀରଂଜନ କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ପ୍ରାଥମିକ ଚିକିଛା ପରେ କଟକ ରେଫର କରାଯାଇଥିଲା । ହେଲେ ବାଟରେ ଦିପ୍ତୀରଂଜନଙ୍କ ମୃତ୍ୟୁ ଘଟିଥିଲା । ଏହି ଖବର ଜାଣିବା ପରେ କ୍ଷତିପୂରଣ ଓ ନ୍ୟାୟ ଦାବି କରିଥିଲେ । ଯାହାକୁ ନେଇ ଉତ୍ତ୍ୟକ୍ତ ଲୋକେ ଚାନ୍ଦବାଲି ଭଦ୍ରକ ରାଜ୍ୟ ରାଜପଥର ମଧୁବାବୁ ଛକ ଠାରେ ଟାୟାର ଜାଳି ରାସ୍ତାରୋକ କରିବା ସହ ହୋହାଲ୍ଲା କରିଛନ୍ତି । ସେହିପରି ଚାନ୍ଦବାଲି ଆରଡ଼ି ମୁଖ୍ୟ ରାସ୍ତାର ବାଲିଗାଁ ରାସ୍ତାରେ ବଡ଼ ବାନ୍ଧି ରାସ୍ତା ରୋକ କରିଛନ୍ତି ଉତ୍ୟକ୍ତ ଲୋକେ। ରାସ୍ତାରୋକ ଫଳରେ ଲୋକମାନେ ବହୁ ହଇରାଣ ହେଉଥିବାର ଦେଖିବାକୁ ମିଳିଛି । ଯାହା ଫଳରେ ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କ ସହ ଆଲୋଚନା କରୁଛି ।

