Homeaccidentକାର-ବାଇକ ମୁହାଁମୁହିଁ ଧକ୍କା, ବି-ଟେକ୍ ଛାତ୍ର ମୃତ, ଜଣେ ଗୁରୁତର

କାର-ବାଇକ ମୁହାଁମୁହିଁ ଧକ୍କା, ବି-ଟେକ୍ ଛାତ୍ର ମୃତ, ଜଣେ ଗୁରୁତର

ମୋହନା, (୦୩/୧୦) : ଆପ୍ର : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ସ୍ଥିତ ଏକଲବ୍ୟ ଆବାସିକ ବିଦ୍ୟାଳୟ ସମ୍ମୁଖରେ କାର- ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବି-ଟେକ୍ ଛାତ୍ରଙ୍କ ମୃତ୍ୟୁ ହୋଇଛି ।

ଅନ୍ୟ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ବ୍ରହ୍ମପୁର ପାରଳା ମହାରାଜା ଇଞ୍ଜିନିୟରିଂ କଲେଜର ୧୨ ଜଣ ଛାତ୍ର ବାଇକ୍‌ରେ ଖସଡ଼ା ଜଳପ୍ରପାତ ଓ ଜିରାଙ୍ଗ ବୌଦ୍ଧ ମନ୍ଦିର ବୁଲି ସାରି ବ୍ରହ୍ମପୁର ଅଭିମୁଖେ ଫେରୁଥିଲେ । ଏହି ସମୟରେ ଏକଲବ୍ୟ ବିଦ୍ୟାଳୟ ନିକଟରେ ବିପରୀତ ଦିଗରୁ ଆସୁଥିବା କାର୍ (ଏପି୩୯କିଉଏ ୪୫୯୯ ) ସହ ବାଇକ୍‌ (ଓଡ଼ି୦୨ଡ଼ି୩୬୯୯)ର ଧକ୍କା ହୋଇଥିଲା ।

ଯାହାଫଳରେ ଦୁର୍ଘଟଣାରେ ଗୁରୁତର ସତ୍ୟବ୍ରତ ଓମ୍ ପ୍ରକାଶ ଓ ସୋମ ଶୁଭ୍ରାଂଶୁଙ୍କୁ ସ୍ଥାନୀୟ ଲୋକେ ୧୦୮ ଯୋଗେ ଚ଼ନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ସତ୍ୟବ୍ରତଙ୍କୁ ମୃତ ଘୋଷଣା କରିଥିଲେ। ସେ ବି-ଟେକ୍ ଦ୍ୱିତୀୟ ବର୍ଷର ଛାତ୍ର ଓ ଭୁବନେଶ୍ୱର ବାସିନ୍ଦା ଥିଲେ । ଗୁରୁତର ଶୁଭ୍ରାଂଶୁଙ୍କୁ ପ୍ରାଥମିକ ଚ଼ିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର ଯାଇଥିବା ବେଳେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି କାର ଓ ବାଇକକୁ ଜବତ କରି ତଦନ୍ତ ଜାରି ରଖିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments