Homelocalରାଜଧାନୀରେ ପୋଲିସର ମେଗା ଫୁଟ୍ ପାଟ୍ରୋଲିଂ, ସାବାଡ଼ ହେବେ ଅପରାଧୀ

ରାଜଧାନୀରେ ପୋଲିସର ମେଗା ଫୁଟ୍ ପାଟ୍ରୋଲିଂ, ସାବାଡ଼ ହେବେ ଅପରାଧୀ

ଭୁବନେଶ୍ୱର, (୨୨/୧୧) : ଆପ୍ର : ଅପରାଧୀଙ୍କୁ ସାବାଡ଼ କରିବ କମିଶନରେଟ୍ ପୋଲିସ । ରାଜଧାନୀରେ ପୋଲିସର ମେଗା ଫୁଟ୍ ପାଟ୍ରୋଲିଂ ।

ଭୁବନେଶ୍ୱରରେ ଅପରାଧ ନିୟନ୍ତ୍ରଣକୁ ନେଇ ଆକ୍ସନ ମୋଡରେ କମିଶନରେଟ୍ ପୋଲିସ । ବସ୍ତି ଓ ଅପରାଧପ୍ରବଣ ସମ୍ବେଦନଶୀଳ ଅଞ୍ଚଳରେ ଫୁଟ୍ ପାଟ୍ରୋଲିଂ ଜୋରଦାର ହୋଇଛି । ଏହି ଅଭିଯାନର ନେତୃତ୍ୱ ନେଇଛନ୍ତି ଭୁବନେଶ୍ୱର ଡିସିପି ସର୍ବଣା ବିବେକ ଏମ୍ । ତାଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ଓ ଦକ୍ଷ ଅଫିସରମାନେ ମଧ୍ୟ ପାଟ୍ରୋଲିଂ କରିଛନ୍ତି । ଅପରାଧୀଙ୍କ ଗତିବିଧି, ନିଶା କାରବାର ଓ ଅସାମାଜିକ ବ୍ୟକ୍ତିଙ୍କ ଉପଦ୍ରବ ଉପରେ ପୋଲିସର କଡ଼ା ନଜର ରହିଛି । ସହରର ସମସ୍ତ ଥାନା ପକ୍ଷରୁ ଏହି ପାଟ୍ରୋଲିଂ ଅଭିଯାନ ଚାଲିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments