Homebreaking newsସିସିଟିଭିକୁ ଛତା ଦେଖାଇ ମନ୍ଦିରରୁ ମୂର୍ତ୍ତି ଚୋରି, ଗାଁରେ ଉତ୍ତେଜନା ପରିସ୍ଥିତି, ପୋଲିସ ମୁତୟନ

ସିସିଟିଭିକୁ ଛତା ଦେଖାଇ ମନ୍ଦିରରୁ ମୂର୍ତ୍ତି ଚୋରି, ଗାଁରେ ଉତ୍ତେଜନା ପରିସ୍ଥିତି, ପୋଲିସ ମୁତୟନ

ଭୁବନେଶ୍ୱର, (୦୫/୦୯) : ଆପ୍ର : ସିସିଟିଭିକୁ ଛତା ଦେଖାଇ ମନ୍ଦିରରୁ ମୂର୍ତ୍ତି ଚୋରି । ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ବୁଢାଳ ଗାଁ ସ୍ଥିତ ମା ବୁଢ଼ୀ ନାହାକାଣୀ ମନ୍ଦିରରୁ ଲୁଟ କରିଛନ୍ତି ଦୁର୍ବୃତ୍ତ ।

ଗତକାଲି ବିଳମ୍ବିତ ରାତିରେ ମନ୍ଦିର ଭିତରେ ପଶି ମୂର୍ତ୍ତି ସହ ଠାକୁରାଣୀଙ୍କ ଅଳଙ୍କାର ଓ ପୂଜା ସାମଗ୍ରୀ ଲୁଟ କରିଛନ୍ତି । ସିସିଟିଭି କ୍ୟାମେରା ସମ୍ମୁଖରେ ଛତା ଦେଖାଇ ମୂର୍ତ୍ତି ଚୋରି କରି ନେଇଛନ୍ତି ଦୁର୍ବୃତ୍ତମାନେ । ଯାହାକୁ ନେଇ ବୁଢାଲୋ ଗାଁ’ରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଘଟଣାସ୍ଥଳରେ କମିସନରେଟ ପୋଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି । ୪ ବର୍ଷ ତଳେ ଠାକୁରାଣୀ ପୀଠ ମାଲିକାନାକୁ ନେଇ ବୁଢାଲୋ ଏବଂ ସୁବାଲୋ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ଉପୁଜିଥଲା । ତେଣୁ ମୂର୍ତ୍ତିକୁ ଚୋରି କରାଯାଇ ସୁବାଲୋ ଗାଁ’ରେ ରଖାଯାଇଥିବା ବୁଢାଳ ଗାଁ ଗ୍ରାମବାସୀ ସିଧାସଳଖ ଅଭିଯୋଗ କରିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ମୂର୍ତ୍ତି ଉଦ୍ଧାର ହୋଇପାରି ନଥିବା ଜଣାପଡିଛି । ଗଣ୍ଡଗୋଳ ଆଶଙ୍କାରେ ବାଲିଅନ୍ତା ଥାନା ପୋଲିସ ଗାଁ’ରେ ମୁତୟନ ହୋଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments