ସାଧାରଣ ଜନତାଙ୍କ ସ୍ୱର

କୋଭିଦ କଟକଣା ମଧ୍ୟରେ ରାୟାଗଡା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରୀଆଣୀଙ୍କ ଚୌତ୍ର ପରବ ସମାପିତ

35ae3ccf af67 4623 8b90 67025bb0a648ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (୦୧/୦୫): ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରୀଆଣୀଙ୍କ ଚୌତ୍ରପରବ ତା:୨୭/୦୪/୨୦୨୧ରିଖରେ ଉଦ୍ମାପିତ ହୋଇଯାଇଛି ।

ଚଳିତ ବର୍ଷ କୋଭିଡ଼ କଟକଣା ଏବଂ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ମନ୍ଦିର ପରିସରରେ ଅସ୍ତାୟୀ ମନ୍ଦିରର ଚଳିତ ମାସ ୨୫ତାରିଖରେ ରୀତିନୀତି ଅନୁସାରେ ମନ୍ଦିର ପୂଜକମାନେ ଓ ମାଆଙ୍କ ପରିଚାଳନା କମିଟିର ଟ୍ରଷ୍ଟ ସଭ୍ୟଙ୍କ ମଧ୍ୟରେ ବିନା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସହ ଆରମ୍ଭ ହୋଇ ଚଳିତ ମାସ ୨୭ତାରିଖରେ ପାରମ୍ପରିକ ରୀତିନୀତି ନିୟମ ଅନୁଯାୟୀ ପୂଜାବିଦ୍ଧି ସ°ମ୍ପର୍ଣ୍ନ ହେବା ସହ ପରିଶେଷରେ ଝାମିଯାତ୍ରା/ନିଆ ମଡା କାର୍ଯ୍ୟକ୍ରମରେ ସମ୍ପର୍ଣ୍ଣ ହୋଇଥିଲା । ମନ୍ଦିର ପୂଜା କମିଟି ଓ ପୂଜକଙ୍କ ସହ ପାରମ୍ପରିକ ରୀତିରେ ମାଆଙ୍କ ଘଟ ମନ୍ଦିର ନିକଟସ୍ଥ ବ୍ରାହ୍ମଣ ସାହିର ସାଣଭଉଣୀ ମନ୍ଦିର ଓ ଟ୍ରେଜେରୀ ପରିସରରେ ଥିବା ମାଆଙ୍କ ସ୍ଥାନକୁ ନିଆଯାଇଥିଲା । ଚଳିତ ବର୍ଷ କୋଭିଡ଼ କଟକଣା ମଧ୍ୟରେ ମାଆ ମଝିଘରୀଆଣୀଙ୍କ ଚୌତ୍ରପରବ ଅତି ଶୃଖଳିତ ଭାବେ ସମ୍ପୂର୍ଣ୍ଣ ହୋଇଥିବା ନେଇ ଟ୍ରଷ୍ଟର ଅଧ୍ୟକ୍ଷ ସୂଚିତ କରିଛନ୍ତି |

Welcome to Odisha News24

%d bloggers like this: