ସାଧାରଣ ଜନତାଙ୍କ ସ୍ୱର

NCPCRରେ ହାଜର ହେଲେ ନୟାଗଡ଼ ଜିଲ୍ଲାପାଳ ଓ ଏସ ପି

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର ୦୯-୧୨): ପରୀ ହତ୍ୟା ମାମଲାରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ବା NCPCRରେ ହାଜର ହେଲେ ନୟାଗଡ଼ ଜିଲ୍ଲାପାଳ ଓ ଏସ୍‌ପି । ଉଭୟ ଅଧିକାରୀଙ୍କୁ ହାଜର ପାଇଁ NCPCR ପକ୍ଷରୁ ନୋଟିସ କରାଯାଇଥିଲା । ଉଭୟ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ହାଜର ହୋଇ NCPCRଙ୍କ ଠାରେ ନିଜ ପକ୍ଷ ରଖିଛନ୍ତି ।

ସେପଟେ ଗତ ୩୦ତାରିଖରେ NCPCR ଅଧ୍ୟକ୍ଷ ପ୍ରିୟାଙ୍କ କାନୁନଗୋଙ୍କୁ ରାଜ୍ୟ ମୁଖ୍ୟ ଶାସନ ସଚିବ ରିପୋର୍ଟ ତଲବ କରିଥିଲେ । ତଦନ୍ତର ଅଗ୍ରଗତି ୧୦ ଦିନ ଭିତରେ ପୀଡ଼ିତାର ବୟସ ପ୍ରମାଣପତ୍ର, ଏତଲା କପି, ଶବ ବ୍ୟବଚ୍ଛେଦ‌ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏନ୍‌ସିପିସିଆର୍‌ ।

ସୂଚନାରୁ ଜଣାଯାଇଛି, ଗତ ୪ ମାସ ତଳେ ନୟାଗଡ଼ ଯଦୁପୁରର ୫ ବର୍ଷର ଝିଅ ପରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଏଥିରେ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲିର ହାତ ଥିବା ‘ପରୀ’ର ବାପା-ମାଆ ଅଭିଯୋଗ କରିଥିଲେ । ଏନେଇ ପୋଲିସ ଅଭିଯୁକ୍ତଙ୍କୁ ଖୋଜି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ‘ପରୀ’ର ବାପା-ମାଆଙ୍କୁ ନାନା ହଇରାଣ କରୁଥିଲା । ଏହାପରେ ପ୍ରଶାସନଠାରୁ ନିରାଶ ହେବା ପରେ ‘ପରୀ’ର ବାପା-ମାଆ ଭୁବନେଶ୍ୱର ଆସି ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ । ଏହାପରେ ରାଜ୍ୟ ସରକାର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

Welcome to Odisha News24

%d bloggers like this: