Help to Others (H2O)ଗୃପ ଦ୍ୱାରା ବିନିକା ବ୍ଲକ ର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ବିନିକା (୨୮/୫): ବିନିକା ବ୍ଲକ ରେ help to other (H2O) ଗୃପ ର ସଦସ୍ୟ ମାନେ ବିଭିନ୍ନ ଜାଗାରେ ଅଙ୍ଗନବାଡି ଦିଦି ଏବଂ ପ୍ରଶାସନିକ କର୍ମଚାରୀ ମାନଙ୍କ ସହିତ ମିଶି ସଚେତନତା କାର୍ଯ୍ୟକ୍ରମ କୁ ଆଗେଇ ନେଇଛନ୍ତି। ବିନିକା ଏନଏସି ୱାର୍ଡ ନଂ ୧ ରାଜପାଲି ଗାଁ ରେ ଶାନ୍ତନୁ ପଣ୍ଡା, ଗିରିଜା ଶଙ୍କର ମହାପାତ୍ର,ସୃଜନ କୁମାର ପଣ୍ଡା,ଅଙ୍ଗନବାଡି ଦିଦି ରଶ୍ମିତା ନନ୍ଦ ସହ କରୋନା ବିରୋଧରେ ସଚେତନତା ସୃଷ୍ଟି କରିବା ସହ ଭ୍ୟାକସିନର ଉପକାରୀତା, ସ୍ୱାବ ଟେଷ୍ଟ କରିବା ପାଇଁ ଲୋକଙ୍କୁ ପ୍ରବର୍ତ୍ତାଇ ଥିଲେ ।

ସେହିପରି ସିନ୍ଦୁରପୁର ଠାରେ H20 ସଦସ୍ୟ ଦେବଦତ୍ତ ପଣ୍ଏଏ ନ ଏମ ବୀଣାପାଣି ମିଶ୍ର ଅଙ୍ଗନବାଡି କର୍ମୀ ଚନ୍ଦ୍ରକାନ୍ତି ନାୟକ ସସ୍ମିତା ପଣ୍ଡା ମମତା ମାଝୀ ଏଡବ୍ଲ୍ୟୁ ରାସେଶ୍ୱରୀ ପଧାନ ସିଏଚଓ ସୁଜାତା ପୁରୋହିତ ଙ୍କ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି  | ଉକ୍ତ କାର୍ଯ୍ୟକ୍ରମରେ ଦେବଦତ୍ତ ପଣ୍ଡା ଗୀତଗାଇ ଲୋକଙ୍କୁ ସଚେତନ କରିଥିଲେ। H2O ସଦସ୍ୟ ବିରେନ୍ଦ୍ର ଦାସ କଟାପାଲି ଠାରେ ମାସ୍କ ବଣ୍ଟନ, ସମାଜିକ ଦୂରତ୍ୱ ମାନିବା, ହାତ ଧୋଇବା ବିଷୟରେ ଲୋକଙ୍କ ସଚେତନ କରିଥିଲେ। ସେହିପରି ଜନାର୍ଦ୍ଦନ ଖମାରୀ ଏବଂ ହିମାଂଶୁ ପଣ୍ଡା ବିନିକାରେ ମାସ୍କ ବଣ୍ଟନ କରିଥିଲେ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: