BSNL ସେବା ବାଧାପ୍ରାପ୍ତ ଯୋଗୁଁ ସମ୍ପୂର୍ଣ୍ଣ ସରକାରୀ ସେବା ଠପ, ଧାରଣାରେ ଗ୍ରାମବାସୀ

ରିପୋର୍ଟ: କୈଳାସ ମାଳବିଶୋୟୀ //
ଚନ୍ଦ୍ରପୁର ୧୨/୧/୨୦୨୧): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ସ୍ୱାସ୍ଥ୍ୟ, ଶିକ୍ଷା, ଓ ଯୋଗାଯୋଗ ବିଏସଏନଏଲ ନେଟୱାର୍କ ବିଛିନ୍ନ ହେତୁ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ଦୀର୍ଘ ସାତଦିନ ହେବ ବିଏସଏନଏଲ ନେଟୱର୍କ ବିଛିନ୍ନ ହେତୁ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଇଛି | ସେତିମଧ୍ୟରୁ ଶିକ୍ଷା,୧୦୮ ଏବଂ ୧୦୨ ଆମ୍ବୁଲାନ୍ସ ସେବା ହୋଇପାରୁନାହଁ |

ଗର୍ଭବତୀ ମହିଳା ଓ ସାଧାରଣ ଲୋକ ବହୁସମସ୍ୟାରେ ସମ୍ମୁଖୀନ ହେଉଛନ୍ତି | ଏଥିପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୁଷ୍ଟ ଜାହିର କରି ଆଜି ଗଣଧାରଣାରେ ବସିଛନ୍ତି | ନେଟୱର୍କ ନିମନ୍ତେ ବିଏସଏନଏଲ ଏସଡିଓ ଏବଂ ଜେଇଙ୍କୁ ଜଣେଇଲା ପରେ ମଧ୍ୟ କୋୖଣସି ଫଳ ନ ମିଳିବାରୁ ଏହାର ସ୍ଥାୟୀ ସମାଧାନ ନିମନ୍ତେ ପୂର୍ବତନ ସରପଞ୍ଚ ସୁବାଷ ମାଝୀ, ବ୍ଲକ ବଜେପି ସଭାପତି ମିଟୁ ପ୍ରଧାନୀ କଂଗ୍ରେସ ସଦସ୍ୟ ରତନ ଦାଶ ମାଳବିଶୋଇଙ୍କ ନେତୃତ୍ୱରେ ଚାନ୍ଦ୍ରପୁର ଅଞ୍ଚଳର ବହୁ ଜନସାଧାରଣ ଲୋକ ବ୍ଲକ ଆଗରେ ସ୍ଥାୟୀ ସମାଧାନ ପାଇଁ ଗଣଧାରଣାରେ ବସିଛନ୍ତି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: