ସାଧାରଣ ଜନତାଙ୍କ ସ୍ୱର

ଅସ୍ଥାୟୀ ଏ ଏନ ଏମ କର୍ମଚାରୀ ମାନଙ୍କୁ ଛଟେଇ ପ୍ରତିବାଦ ରେ ବିକ୍ଷୋଭ ପ୍ରଦର୍ଶନ

ରିପୋର୍ଟ: ସନ୍ତୋଷ କୁମାର ନାୟକ //
ବଲାଙ୍ଗୀର,ତା୨୭-୧୧): କରୋନା କେଆର ସେଣ୍ଟର ରେ ଅସ୍ଥାୟୀ ଭାବେ ଏଏନଏମ ମାନଙ୍କୁ ଛଟେଇ ପ୍ରତିବାଦରେ ଗୁରୁବାର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅସ୍ଥାଇ କର୍ମଚାରୀଙ୍କ ଗଣଧାରଣା ଓ ଦାବିପତ୍ର ପ୍ରଦାନ କରିଥିଲେ ।31bd3c8b 8f79 4c53 857c 2b2daa98ebcf

ସୂଚନା ଅନୁସାରେ କରୋନା ମହାମାରୀ ଯୋଗୁଁ ସରକାର ଅନେକ ସ୍ଥାନରେ କରୋନା କେଆର୍ ସେଣ୍ଟର୍ ମାନ ଖୋଲି ଅସ୍ଥାୟୀ ଚାକିରି ଭାବେ ଅନେକ ଏ.ଏନ୍.ମ.କୁ ତିନି ମାସ ପାଇଁ ଚୁକ୍ତି ଭିତ୍ତିକ ନିଯୁକ୍ତି କରିଥିଲେ । ବର୍ତ୍ତମାନ ଏଏନଏମ ମାନଙ୍କୁ ଛଟେଇ ପରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି ତେବେ ଏଭଳୀ ସ୍ଥଳେ କରିବେ କଣ ?  ବିଭିନ୍ନ ଗ୍ରାମରୁ ଏହି ମହିଳା ମାନେ ଗରିବ ପରିବାରରୁ ଆସି ଅସୁବିଧା ପରିସ୍ଥିତିରେ ନିଯୁକ୍ତ ହୋଇଥିଲେ। ଏହି ଏ.ଏନ୍.ମ.କୋରନା ଯୋଦ୍ଧା ମାନଙ୍କୁ ଛଟେଇ କଲେଏମାନେ ଯିବେ କୁଆଡେ? ସମସ୍ତେ ତାଲିମ ପ୍ରାପ୍ତ ମଧ୍ୟ ଏବଂ ଏହି ଅସ୍ଥାୟୀ ସେଣ୍ଟର ମାନଙ୍କୁ ଅନେକଗୁଡ଼ିଏ ଜିନିଷ ଯଥା ଆସବା ପତ୍ର ,ଅନେକ କୋରୋନା ସମନ୍ଧୀୟ ଆବଶ୍ୟକୀୟ ଜିନିଷ ସବୁ କୁ ନଷ୍ଟ ନକରି ଗ୍ରାମାଞ୍ଚଳ ଓ ପଞ୍ଚାୟତ ଶ୍ରେଣୀରେ କୋଭିଡ଼ ସେଣ୍ଟର ନିର୍ମାଣ କରି ତାର ସଦୁପଯୋଗ ତଥା ଏହି ଅସ୍ଥାୟୀ କର୍ମଚାରୀ ଙ୍କୁ ଅଣଦେଖା ନକରି ଏମାନଙ୍କୁ ସ୍ଥାୟୀ ନିଯୁକ୍ତି କରାଯାଉ ବୋଲି କୋଭିଡ ଓ୍ବାରିୟର ଫୋରମ ରାଜ୍ୟ ସଭାପତି ଦେବାଶିଷ ହୋତା ସୂଚନା ଦେବା ସହ ଏକ ଦାବିପତ୍ର ଉପଜିଲ୍ଲାପାଳ ଙ୍କୁ ପ୍ରଦାନ କରିଛନ୍ତି । ଯଦି ସରକାର ଏବିଷୟରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ଆଗାମୀ ଡ଼ିସେମ୍ବର ୧୫ ତାରିଖରେ ଭୁବନେଶ୍ୱର ଠାରେ ହଜାର ହଜାର କର୍ମୀଙ୍କ ସହ ବିରାଟ ବିକ୍ଷୋଭ ପ୍ରଦର୍ଶନ କରାଯିବା ବୋଲି ଶ୍ରୀ ହୋତା କହିଛନ୍ତି ।

Welcome to Odisha News24

%d bloggers like this: