Friday, March 29, 2024

Top 5 This Week

Related Posts

ଗୋଳାବାରୁଦ କାରଖାନା ନିକଟରେ ତିନି ମାଓବାଦୀ ଗିରଫ ସୂଚନା

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,ତା(୨୯/୦୯) : କେନ୍ଦ୍ର ସରକାର ଙ୍କ ବଲାଙ୍ଗୀର ଜିଲ୍ଲାର ବଡ଼ମାଲ ସ୍ଥିତ ଗୋଳାବାରୁଦ କାରଖାନା କୁ ଜଳଯୋଗାଣ କରାଯାଉଥିବା ଗୁଲମୀ ଜଙ୍ଗଲସ୍ଥିତ ଡୁମେରବାହାଲ ଡେମ ନିକଟରେ ଗତ ମଙ୍ଗଳବାର ତିନି ଜଣ ଅଜଣା ବ୍ୟକ୍ତିଙ୍କୁ ସୁରକ୍ଷା କର୍ମୀ ଗିରଫ କରିଥିବା ବେଳେ ପ୍ରାୟ ଦଶ ଜଣ ଫେରାର ହୋଇଯାଇଥିଲେ ।

ଉକ୍ତ ଗୁଲମୀ ଓ ଝିକିଡୁଙ୍ଗରି ସଙ୍ଗରକ୍ଷିତ ଜଙ୍ଗଲରେ ମାଓବାଦୀ ଡେରା ବା ଶିବିର କରି ପ୍ରାୟ ଆଠ ଦିନଧରି ରହିଥିବା ନିକଟସ୍ଥ ଗ୍ରାମବାସୀଙ୍କ ନିକଟରୁ ସୂଚନା ମିଳିଛି । ଏପରିକି ଆଖ ପାଖ ଗ୍ରାମାଞ୍ଚଳର କିଛି ଯୁବକ ତଥା ଯୁବତୀ ଓ ମହିଳାଙ୍କୁ ନେଇ ତାଙ୍କ ସହ ସାମିଲ କରାଯିବା ନେଇ ପ୍ରବର୍ତାଉ ଥିଲେ । ଗତ ମଙ୍ଗଳବାର ରାତି ପ୍ରାୟ ତିନିଟା ସମୟରେ ପ୍ରାୟ ଆଠ ଦଶ ଜଣ ଉକ୍ତ ଦୁମେରବାହାଲ ଜଳ ପ୍ରକଳ୍ପର ପ୍ରଥମ ଗେଟ ନିକଟରେ ଗୋଳାବାରୁଦ କାରଖାନା କୁ ଯାଉଥିବା ଜଳ ସଂଯୋଗ ଥିବା ବଡ଼ ପାଇପର ଥିବା ସଂଯୋଗ ନଟ ଖୋଲୁଥିଲେ ।

ଏ ନେଇ ସୁରକ୍ଷା କର୍ମୀ ଆସିଯିବାରୁ ଛତ୍ର ଭଙ୍ଗ ଦେଇଥିବା ବେଳେ ତିନି ଜଣଙ୍କୁ କରଖାନା ସୁରକ୍ଷା କର୍ମୀ ଧରିପାରିଥିଲେ । ଉକ୍ତ ତିନି ଜଣଙ୍କୁ କାରଖାନା କର୍ଣଲ ଅଟକ ରଖିଥିବା ସୂଚନା ମିଳିଛି । ଏ ନେଇ ଯୋଗାଯୋଗ କରିବାରୁ ସବିଶେଷ ତଦନ୍ତ ପରେ ସମ୍ପୂର୍ଣ୍ଣ ସୂଚନା ଦିଆଯିବ ବୋଲି କହିଛନ୍ତି ତଥା ଉକ୍ତ ତିନିଜଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସୂଚନା ମିଳିଛି । ଏ ନେଇ ବଲାଙ୍ଗୀର ଜିଲ୍ଲାର ଅଧିକ୍ଷକଙ୍କ ସହ ଯୋଗାଯୋଗ ହୋଇପାରିନି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles