Friday, March 29, 2024

Top 5 This Week

Related Posts

ମାଡ଼ ମାରିବା ସହ ଟଙ୍କା ଲୁଟ ଅଭିଯୋଗ ରେ ଦୁଇ ଅଭିଯୁକ୍ତ ଗିରଫ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୨୮/୦୯) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଟିକ୍ରାପଡା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମାଡ଼ ମାରିବା ସହ ଟଙ୍କା ଲୁଟ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ସଇଁନ୍ତଲା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ଅଭିଯୁକ୍ତମାନେ ହେଲେ ଅଜିତ ବାଗ ଓ ନୀତେଶ ଥପା । ତାଙ୍କ ଘର ପାଟଣାଗଡ଼ ଥାନା ପୋଡ଼ମୋଡ଼ ଗାଁର ବୋଲି ଜଣାପଡିଛି । ଅଭିଯୋଗ ଅନୁଯାୟୀ, ଗତ ୨୪ ତାରିଖ ଦିନ ସନ୍ଧ୍ୟା ସମୟରେ ଟିକ୍ରାପଡା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜନାର୍ଦ୍ଧନ ଯୋଶୀ ଭତ୍ତା ବାବଦରେ ୩ ଲକ୍ଷ ୫୧ ହଜାର ୯ ଶହ ଟଙ୍କା ଉଠାଣ କରି ନିଜ ଗ୍ରାମ ବେଲପଡା ଥାନାକୁ ନେବାକୁ ଯାଉଥିଲେ । ତେବେ ଯୋଶୀ ଏକୁଟିଆ ଯାଉଥିବା ବେଳେ ଏହାର ସୁଯୋଗ ନେଇ ଦେଓଗାଁ-ଫଟାମୁଣ୍ଡ ମନ୍ତ୍ରୀବାହାଲ ଠାରେ କିଛି ଦୁର୍ବୃତ୍ତ ମାନେ ହଠାତ ଆକ୍ରମଣ କରି ମାଡ଼ ମାରିବା ସହ ଲହୁଲୁହାଣ କରି ଟଙ୍କା ଲୁଟ କରି ଫେରାର ହୋଇଯାଇ ଥିଲେ ।

ଏନେଇ ଟିକ୍ରାପଡା ସରପଞ୍ଚ ଭାରତୀ ରାଜପଲିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ କରିବା ପରେ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛି । ଏହି ଦୁଇ ଜଣ ଅଭିଯୁକ୍ତ ମାନଙ୍କ ବିରୋଧରେ ବିଭିନ୍ନ ଥାନାରେ ଏପରି ଲୁଟ ଓ ଡକାୟତି ପରି ମାମଲା ରହିଛି ।

Popular Articles