କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଭାରତ ବନ୍ଦ ଡାକରା : ବିନିକା ବନ୍ଦ ସଫଳ

0
207

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ବିନିକା,(୨୭/୯) : କେନ୍ଦ୍ର ସରକାରଙ୍କ କୃଷି ଆଇନ କୁ ବିରୋଧ କରି ଭାରତୀୟ କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରାକୁ କଂଗ୍ରେସ ଦଳ ସମର୍ଥନ କରିଥିବା ପରିପ୍ରେକ୍ଷୀରେ ବିନିକାରେ କଂଗ୍ରେସ ଦଳ ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଥଲା |

କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ବିନିକା ସହରରେ ସମସ୍ତ ଦୋକାନ ବଜାର, ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ କରାଯାଇଥିବା ବେଳେ ସମସ୍ତ ସରକାରୀ କାର୍ଯ୍ୟାଳକୁ ବନ୍ଦ କରାଯାଇଛି | ଜରୁରୀ ସେବା କୁ ଏହି ବନ୍ଦ ରୁ ବାଦ ଦିଆଯାଇଛି | କଂଗ୍ରେସର ଦଲୀୟ କର୍ମୀମାନେ ବ୍ଲକ ,ତହସିଲ ,ରେହେଷ୍ଟ୍ରି ଅଫିସ , ପୋଷ୍ଟ ଅଫିସ , ଏନଏସି ଅଫିସ , ସମେତ ସମସ୍ତ ସରକରୀ କାର୍ଯ୍ୟାଳୟ ,ଶିକ୍ଷାନୁଷ୍ଠାନ ଏବଂ ବ୍ୟାଙ୍କଗୁଡିକକୁ ଯାଇ ବନ୍ଦ କରାଇଥିଲେ ।

ଏଥିରେ ନରେନ୍ଦ୍ର ସାହୁ , ସପନେଶ୍ୱର ପୃଷ୍ଟି , ପ୍ରଦୀପ ସେଠୀ ,ଗୋବିନ୍ଦା ଝାଙ୍କର,ହରିହର ଛନ୍ଦ ପ୍ରମୁଖ ସାମିଲ ହୋଇଥିଲେ ।