ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗୁଲାବ ବାତ୍ୟାକୁ ନେଇ ସଚେତନତା

0
270

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର,(୨୬/୯) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗୁଲାବ ବାତ୍ୟା କୁ ନେଇ ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ କୁ ଜିଲାପାଳ ସୋରଜ କୁମାର ମିଶ୍ର ରେଡ଼ ଜୋନ ରେ ଘୋଷଣା କରିଛନ୍ତି ।94f0d739 e3ba 4d04 8fae 32589c9fc74f ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗୁଲାବ ବାତ୍ୟାକୁ ନେଇ ସଚେତନତା

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗୁଲାବ ବାତ୍ୟାକୁ ଦୃଷ୍ଟିରେ ରଖି ବ୍ଲକ ଓ ତହସିଲ ପ୍ରଶାସନ ପକ୍ଷରୁ ନାଗାବଳୀ ନଦୀ କୂଳରେ ଅବସ୍ଥିତ ଥିବା ଜିଲୁଣ୍ଡା, କୁମ୍ଭାରଗୁଡା, କତାଗୁଡା, କୁରାଡି,କନ୍ଧକାତିପାଡୁ ,ପୂଜାରୀଗୁଡା ,ବିନିଶପୁର, ମନାରୀଗୁଡା,ବଡଦ୍ୱାର ସାହି ରେ ଲୋକଙ୍କୁ ରାଜସ୍ୱ ଅଧିକାରୀ ସନ୍ତୋଷ କୁମାର ପାଣିଗ୍ରାହୀ, ମିନାକ୍ଷୀ ପାଣିଗ୍ରାହୀ ଗାଁ ଗାଁ ବୁଲି ସଚେତନତା କରିବା ସହିତ ବର୍ଷା ଓ ପବନ ହେବା ମାତ୍ରେ ନିକଟରେ ଥିବା ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ଆଶ୍ରୟ ନେବା ପାଇଁ ପରାମର୍ଶ ଦେଇଥିଲେ ।

ମାଝୀଗୁଡା ପଞ୍ଚାୟତରେ କିଛି ଗାଁକୁ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି । ବ୍ଲକର ଉଭୟ ପାର୍ଶ୍ୱରେ ଥିବା ନାଗାବଳୀ ଓ କଲ୍ୟାଣୀ ନଦୀ କୂଳରେ ଅବସ୍ଥିତ ଥିବା ଗ୍ରାମକୁ ମଧ୍ୟ ପ୍ରଶାସନ ପହଞ୍ଚି ବର୍ଷା ଓ ପବନ ହେବା ମାତ୍ରେ ନିକଟସ୍ଥ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ଆଶ୍ରୟ ନେବାପାଇଁ ପରାମର୍ଶ ଦିଆଯାଇଛି ।

ଆଜି ବିଡ଼ିଓ ସୁଧାକର ରଇତ ମଧ୍ୟ ନଦୀକୂଳିଆ ଗାଁକୁ ଯାଇ ସଚେତନ କରିଛନ୍ତି । ବାତ୍ୟା ପୂର୍ବରୁ ପ୍ରଶାସନ ପକ୍ଷରୁ ସଜାଗ ରହିଥିବା ଦେଖିବାକୁ ମିଳିଛି । ଏଥି ପାଇଁ ସ୍ଥାନୀୟ ବଡବ୍ରାହ୍ମଣ ସାହି ପ୍ରାଥମିକ ବିଦ୍ୟାଳୟରେ ପ୍ରଶାସନ ପକ୍ଷରୁ ଅସହାୟ ବୁଡାବୁଢ଼ୀ ମାନଙ୍କ ପାଇଁ ଅସ୍ଥାୟୀ ଆହାର କେନ୍ଦ୍ର କରାଯାଇଥିବା ବିଡ଼ିଓ ସୁଧାକର ରଇତ କହିଛନ୍ତି । ଏହି ସଚେତନତା ପାଇଁ କଲ୍ୟାଣ ସିଂହପୁର ଥାନା ପୁଲିସ ଦଳ ମଧ୍ୟ ପ୍ରଚାର ଗାଡି ସହ ବୁଲୁଥିବା ଦେଖିବାକୁ ମିଳିଛି।