ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡା ୨୨/୨): କନ୍ଧମାଳ ଜିଲ୍ଲା ମହାସିଙ୍ଗ ଠାରେ ଓରମାସ ଓ ଏଡୁ ଜବ ଆନୁକୂଲ୍ୟରେ ଅଭିଭାବକ ସମ୍ବିଳନୀ ଅନୁଷ୍ଠିତ ହୋଇଛି |
ଏଥିରେ ମୂଖ୍ୟ ଅତିଥି ରୂପେ ଜିଲ୍ଲା ସ୍କିଲ କୋଡିନେଟର ଭବାନୀ ଶଙ୍କର ଦାସ, ଅନ୍ୟତମ ଅତିଥି ଭାବରେ ଡିରେକଟର ପ୍ରଶାନ୍ତ ପରିଛା, ରାଜ୍ୟ ହେଡ ଅଂଜନୀ ରଞ୍ଜନ ପଟନାୟକ, ପ୍ରୋଜେକ୍ଟ ହେଡ ଜେପି ପାଢ଼ୀ, ଏଡୁ ଜବ୍ସ ସେଣ୍ଟର ମ୍ୟାନେଜେର ପ୍ରିୟଵାଲା ପରିଡା ଏବଂ ଓରମାସ ମାଷ୍ଟ୍ରର ଟ୍ରେନର ବସନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ |କୋରନା ପରେ କନ୍ଧମାଳ ଜିଲ୍ଲା ୬୪ଜଣ ଛାତ୍ର ଛାତ୍ରୀ ଦକ୍ଷତା ବିକାଶ ଟ୍ରେନିଙ୍ଗ ନେଇ ଛନ୍ତି |ସେମାନଙ୍କ ମଧ୍ୟ ୩୪ ଜଣ ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ରାଜ୍ୟରେ ଚାକରି ପାଇଁ କମ୍ପାନୀରେ କାର୍ଯ୍ୟ ପାଇଁ ମନୋନୀତ ହୋଇ ଜବ ଲେଟର ପ୍ରଦାନ କରାଯାଇଛି |କନ୍ଧମାଳ ଜିଲ୍ଲା ରେ ଥିବା ବେକାରୀ ଯୁବକ ଯୁବତୀ ଓରମାସ ସହାୟତା ଏଡୁ ଜବ୍ସ ଦ୍ଵାରା ବିଭିନ୍ନ ପ୍ରକାର ଟ୍ରେନିଂ ନେଲା ପରେ ସ୍ୱାବଲମ୍ବୀ ହୋଇ ପାରିଥିବା ଏହି ଅଭିଭାବକ ସମ୍ବିଳନୀରେ ଜବ୍ସ ଲେଟର ପ୍ରଦାନ କରାଯାଇଛି |