ସାଧାରଣ ଜନତାଙ୍କ ସ୍ୱର

ଡାହାଣୀ ସନ୍ଦେହରେ ମହିଳାଙ୍କୁ ରାତି ଅଧରେ ଉଲଗ୍ନ କରି ଗାଁ ରେ ବୁଲାଇଲେ

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର,ତା୨୨-୦୨): ଝାଡ଼ଖଣ୍ଡର ଏକ ଗାଁର ଜଣେ ୬୫ ବର୍ଷିୟା ମହିଳାଙ୍କୁ ଡାହାଣୀ ସନ୍ଦେହରେ ଗ୍ରାମବାସୀ ରାତି ଅଧରେ ଘରୁ ଘୋଷାଡ଼ି ନେଇ ଉଲଗ୍ନ କରି ଗାଁ ସାରା ବୁଲାଇଥିଲେ । ରେନ୍ଥି ଦେବୀ ନାମକ ସେହି ମହିଳା ଜଣକ ଏପରି ଅପମାନ ଯୋଗୁ ମାନସିକ ଭାବେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ । ତେବେ ଘଟଣାର କିଛି ଦିନ ପରେ ଏକ ସ୍ବୟଂ ସହାୟକ ଗୋଷ୍ଠୀର ପ୍ରାୟ ୬୦୦ ମହିଳା ତାଙ୍କୁ ସାକ୍ଷାତ କରିଥିଲେ ।

ଗାଁ ପଞ୍ଚାୟତ ସାମ୍ନାରେ ତେନ୍ଥିଙ୍କୁ ତାଙ୍କର ସମ୍ମାନ ଫେରାଇବା ଲାଗି ସେମାନେ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ତେଣୁ ଗାଁର ଘର ଘର ବୁଲି ସରପଞ୍ଚଙ୍କ ସମେତ ଅନ୍ୟମାନଙ୍କୁ ଡାହାଣୀପ୍ରଥାର ଭୟାବହତା ବୁଝାଇଲେ । ଏହି ଘଟଣାରେ ଜଡ଼ିତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଦାୟର କରାଯାଇଛି । ତେନ୍ଥିଙ୍କୁ ସାହାଯ୍ୟ କରିଥିବା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଝାଡ଼ଖଣ୍ଡ ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ‘ଗରିମା’ ଅଭିଯାନର ଅଂଶବିଶେଷ । ଏହି ଅଭିଯାନ ମାଧ୍ୟମରେ ପୀଡ଼ିତାମାନଙ୍କୁ ପ୍ରଥମେ ଚିହ୍ନଟ କରାଯାଏ । ପରେ ଦୋଷୀମାନଙ୍କ ବିରୋଧରେ ଆଇନର ଅନୁଯାୟୀ କାର୍ଯ୍ୟନୁଷ୍ଠାନ କରାଯାଏ । ବର୍ତ୍ତମାନ ରାଜ୍ୟର ୫୦୦ଟି ଗ୍ରାମରେ ଏହି ଅଭିଯାନ ଚାଲିଛି ।

Leave a Reply

Your email address will not be published. Required fields are marked *

%d bloggers like this: