ସାଧାରଣ ଜନତାଙ୍କ ସ୍ୱର

ଲୋଇସିଂହା କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ଦାବିରେ ବାଇକ ରେଲି

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର, ତା୨୨-୦୨): ଲୋଇସିଂହାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ ଏ ସି) ମାନ୍ୟତା ପ୍ରଦାନ ଦାବିରେ ଆନ୍ଦୋଳନ ତେଜିବରେ ଲାଗିଛି l ଆଜି ଲୋଇସିଂହା ମଣ୍ଡଳ ସଭାପତି ସରୋଜ ସାହୁଙ୍କ ନେତୃତ୍ୱରେ ଲୋଇସିଂହା ଗ୍ରାମ ପଂଚାୟତ ଓ ବୁର୍ଡl ଗ୍ରାମ ପଂଚାୟତକୁ ଏନ୍ ଏ ସି ମାନ୍ୟତା ଦାବୀନେଇ ବିଜେପି ପକ୍ଷରୁ ବୁର୍ଡl ବସଷ୍ଟାଣ୍ଡ ରୁ ଲୋଇସିଂହା ବ୍ଲକ ପର୍ଯ୍ୟନ୍ତ ଏକ ବିଶାଳ ରାଲି କରାଯାଇଛି ।

ବିଜେପିର ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଓ ପୂର୍ବତନ ଜିଲ୍ଲା ସଭାପତି ଭକ୍ତବନ୍ଧୁ ନାଏକଙ୍କ କହିବା ଏହାଯେ, ଲୋଇସିଂହା ଗୋଟିଏ ଏନ୍ ଏ ସି ପାଇଁ ପ୍ରକୃତ ସ୍ଥାନ l ତୁଷୁରା ଓ କଣ୍ଟାବାଞ୍ଜି ଦୀର୍ଘଦିନ ହେଲା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ ଏ ସି) ହୋଇସାରିଛି, ଏମିତି ଦେଖିବାକୁ ଗଲେ ସରକାରୀ ଗାଇଡ୍ ଲାଇନ୍ ଅନୁଯାୟୀ ୧୦ ହଜାରରୁ ଉର୍ଦ୍ଧ ଜନସଂଖ୍ୟା ହେଲେ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ ଏ ସି) ସ୍ଥାପନ ହୋଇଥାଏ କିନ୍ତୁ ଲୋଇସିଂହା ଓ ବୁର୍ଡlର ଜନସଂଖ୍ୟା ୧୫ହଜାରରୁ ଅଧିକ ହେଲେ ସୁଦ୍ଧା ଅଣଦେଖା କରାଯାଉଛି l ଏଣୁ ଲୋଇସିଂହା ଓ ବୁର୍ଡl ଗ୍ରାମ ପଂଚାୟତକୁ ଯଥାଶୀଘ୍ର ଏନ୍ ଏ ସି ଘୋଷଣା କରିବା ପାଇଁ ବିଜେପି ପକ୍ଷରୁ ଲୋଇସିଂହା ବିଡ଼ିଓ ରାମଚନ୍ଦ୍ର ଖଡିଆଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ଏହି ବାଇକ ରେଲି ରେ ବିଜେପିର ଅମିତ ସିଂହ ନିନା, ଏମ,ପି ନୋମିନି ବଲାଙ୍ଗୀର, ବାଳକୃଷ୍ଣ ଧରୁଆ ଏମପି ନୋମିନି ଲୋଇସିଂହା, ଗୌରାଙ୍ଗ ନାଏକ, ଭୂତନାଥ ନାଏକ, ବାହାଦୁର ନନ୍ଦ, ରାଜୁ ସାହୁ, ସୋମନାଥ ପଧାନ, ରଶ୍ମିରଂଜନ ପଧାନ, ବୁଲୁ ବାଦୀ, ସୁଦିପ ସା, ଗୌତମ କୁଅଁର, ଟିକୁ ସାହୁ, ରାମ ସାହୁଙ୍କ ସମେତ ବିଜେପିର ଶତାଧିକ କର୍ମୀ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l

Leave a Reply

Your email address will not be published. Required fields are marked *

%d bloggers like this: