ସାଧାରଣ ଜନତାଙ୍କ ସ୍ୱର

ଆଜିଠୁ କରୋନା କଟକଣା କଡ଼ାକଡ଼ି, ଆରମ୍ଭ ହେଲା ମାସ୍କ ଯାଞ୍ଚ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର : ୨୨/୨): ପଡ଼ୋଶୀ ରାଜ୍ୟ ଗୁଡିକରେ ପୁଣି ବୃଦ୍ଧି ପାଉଛି କରୋନା ପ୍ରକୋପ । ତେଣୁ ରାଜ୍ୟ ସରକାର କୋଭିଡ ନିୟମକୁ ପୁଣି ଥରେ କଡ଼ା କଡ଼ି କରିବାକୁ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ରେ ଆଜିଠୁ ଆରମ୍ବ ହେଲା ମାସ୍କ ଯାଞ୍ଚ । ନବରଙ୍ଗପୁର ମୁନିସିପାଲିଟି , ରାଜସ୍ବ ବିଭାଗ ଏବଂ ପୋଲିସ ର ମିଳିତ ଭାବେ ଏହି ଯାଞ୍ଚ କରାଯାଇଥିଲା ।2effc239 37d1 4a29 98e5 bea8ba119f83

ଗତ କିଛି ଦିନ ହେବ ଅମାନିଆ ମାନେ ଆଉ ମାସ୍କ ପରିଧାନ କରୁନଥିବା ସହ ଶାରୀରିକ ଦୂରତା ମଧ୍ୟ ରକ୍ଷା କରୁନ ଥିବା ଦେଖିବାକୁ ମିଳିଥିଲା । ଦୋକାନ ବଜାର ଗୁଡିକରେ ଆଉ ସାମାଜିକ ଦୂରତା ପାଳନ କରାଯାଉ ନ ଥିଲା । ନବରଙ୍ଗପୁର ଜିଲ୍ଲାରେ କୋରନା ଆକ୍ରାନ୍ତ ଙ୍କ ସଂଖ୍ୟା ଯଦିଓ କମିଥିଲା ସତେ ଯେମିତି କୋରନାରେ ଆଉ କେହି ବି ଆକ୍ରାନ୍ତ ହେବେ ନାହିଁ ବୋଲି ଭାବି ଲୋକଙ୍କ ମୁହଁରୁ କିନ୍ତୁ ମାସ୍କ ଉଭାନ ହୋଇଯାଇଥିଲା । ଜିଲ୍ଲାପାଳ ଙ୍କ ପକ୍ଷରୁ ସ୍ଵତନ୍ତ୍ର ନିୟମାବଳୀ ପ୍ରସ୍ତୁତ କରାଯାଇଛି , ଯାହା କଡ଼ା କଡ଼ି ଭାବେ କାର୍ଯ୍ୟକାରୀ ହେବ । ନିୟମ ଖିଲପକରୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଜାରି କରିଛନ୍ତି । ଜିଲ୍ଲାର ସହର ପ୍ରମୁଖ ଛକରେ ମାସ୍କ ଚେକିଙ୍ଗ କରାଯିବ । ଆଜିର ଏହି ଯାଂଚରେ ମୋଟର ସାଇକେଲରେ , ଅଟୋ ,କାର , ବସ ଓ ଚଲାବୁଲା କରୁଥିବା ସାଧାରଣ ଲୋକ ସମସ୍ତଙ୍କୁ ମାସ୍କ ଯାଞ୍ଚ କରାଯାଇଥିଲା । ଆଜିର ପ୍ରଥମ ଦିନର ସକାଳ ୧୦ ଟାରୁ ୨ଟା ମଧ୍ୟରେ ୨୧୦୦୦ ଟଙ୍କା ଜରିମାନା ଆଦାୟ ହୋଇଥିବା ସୂଚନା ମିଳିଛି । ତେଣୁ ଆଜିଠୁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ମାସ୍କ ଯାଞ୍ଚ , ଶାରୀରିକ ଦୂରତା ରକ୍ଷା କରିବା ଏବଂ କୋଭିଡର ନୂତନ ନିୟମ ଉପରେ ପ୍ରଶାସନର ଡାକ ବାଜି ଯନ୍ତ୍ର ଦ୍ୱାରା ଜନସାଧାରଣ ଙ୍କୁ ସଚେତନତା କରାଯାଇଥିଲା ।ନବରଙ୍ଗପୁର ଜନସାଧାରଣ ସ୍ୱାଗତ କରିବା ସହ ଏଥର ସମସ୍ତଙ୍କ ମୁହଁରେ ମାସ୍କ ଦେଖିବାକୁ ମିଳିବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି । ଆଜିର ଏହି ଯାଞ୍ଚ ସମୟରେ ନବରଙ୍ଗପୁର ତହସିଲଦାର ରବିନ୍ଦ୍ର ରାଉତ , ନବରଙ୍ଗପୁର ପୌର ନିର୍ବାହି ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ , ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ , ଇନ୍ସପେକ୍ଟର ରାମେଶ୍ୱର ପ୍ରଧାନ , ରମାନନ୍ଦ ପ୍ରଧାନ , ରାଜୁ ବେହେରା ପ୍ରମୁଖ ଙ୍କ ସମେତ ନବରଙ୍ଗପୁର ମୁନିସିପାଲିଟି କର୍ମଚାରୀ ଏବଂ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *

%d bloggers like this: